ମୁଖ୍ୟ ଖବର

ମହିଳା ଓ ଶିଶୁ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ: ପ୍ରତି ପଞ୍ଚାୟତରେ ପାରା ଲିଗାଲ୍‌ ଭଲ୍ୟୁଣ୍ଟର

By Angul TV Bureau

August 20, 2025

ଭୁବନେଶ୍ୱର : ମହିଳା ଓ ଶିଶୁ ସୁରକ୍ଷାକୁ ଗୁରୁତ୍ୱ ଦେଇ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ପ୍ରତି ପଞ୍ଚାୟତରେ ପାରା ଲିଗାଲ୍‌ ଭଲ୍ୟୁଣ୍ଟର ନିଯୁକ୍ତ ହେବେ। ଏହି ସେବକମାନେ ମହିଳା ବିରୋଧୀ ଅପରାଧ ଘଟିଲେ ପୀଡ଼ିତାଙ୍କୁ ପ୍ରାରମ୍ଭିକ ନ୍ୟାୟିକ ସାହାଯ୍ୟ କରିବେ।

ଏହି ସମ୍ବନ୍ଧରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ବୈଠକରେ ଆଇନମନ୍ତ୍ରୀ ଓ ଲିଗାଲ୍ ସର୍ଭିସ୍‌ ଅଥରିଟିର ଅଧିକାରୀମାନେ ଉପସ୍ଥିତ ଥିଲେ।

ସରକାର ଗ୍ରମାଞ୍ଚଳ ଓ ଜନଜାତି ପରିବାରଙ୍କୁ ନ୍ୟାୟିକ ଅଧିକାର ପହଞ୍ଚାଇବା ସହିତ ସାଧାରଣ ମହିଳାଙ୍କୁ ସଚେତନ କରିବାକୁ ଗୁରୁତ୍ୱ ଦେଉଛନ୍ତି। ଏହି କାମରେ ଅଙ୍ଗନବାଡି କର୍ମୀମାନଙ୍କୁ ମଧ୍ୟ ସାମିଲ କରାଯିବ।

କୌଣସି ମହିଳା ନିର୍ଯାତନା କିମ୍ବା ଘରୋଇ ହିଂସାର ଶିକାର ହେଲେ ପ୍ରଥମେ ପାରା ଲିଗାଲ୍‌ ଭଲ୍ୟୁଣ୍ଟରଙ୍କୁ ଜଣାଇବେ। ସେମାନେ ପୀଡ଼ିତାଙ୍କୁ ନ୍ୟାୟିକ ସାହାଯ୍ୟ କରିଥିବା ସହ ସମସ୍ୟାକୁ ଥାନା ଓ କୋର୍ଟ ପର୍ଯ୍ୟନ୍ତ ପହଞ୍ଚାଇବେ।