ଅନ୍ୟାନ୍ୟ

ଅନୁଗୁଳରେ ଜିପିଏମଏଫ୍ କର୍ମୀଙ୍କ ଗଣ ଧାରଣା

By Angul TV Bureau

September 23, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲାର ସମସ୍ତ ୮ଟି ବ୍ଲକ ସମ୍ମୁଖରେ ଜିପିଏମଏଫ୍ (ଗ୍ରାମ ପଞ୍ଚାୟତ ମିଶନ ଫେଡେରେସନ) କର୍ମୀମାନେ ସାତ ଦଫା ଦାବି ନେଇ ସୋମବାର ପୂର୍ବାହ୍ନ ୧୦ ଘଟିକାରୁ ଗଣ ଧାରଣା ଆରମ୍ଭ କରିଛନ୍ତି। ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର, କୃଷି ମିତ୍ର ଓ ପ୍ରାଣୀ ମିତ୍ର ବିଭାଗର କର୍ମୀମାନେ ଛଅ ମାସର ବକେୟା ଦରମା, ସ୍ଥାୟୀ ନିଯୁକ୍ତି, ଆଇକାର୍ଡ, ବ୍ୟାଙ୍କ ମାଧ୍ୟମରେ ଦରମା ପ୍ରଦାନ, ପ୍ରୋତ୍ସାହନ ରାଶି ବନ୍ଦ କରି ଦରମା ଭିତ୍ତିରେ କାର୍ଯ୍ୟ, ବାର୍ଷିକ ଦରମା ବୃଦ୍ଧି ଏବଂ ସି.ଏଲ.ଏଫ୍ ଗଠନର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି।

ଅନୁଗୁଳ ବ୍ଲକ ସମ୍ମୁଖରେ ପ୍ରାୟ ୬୦୦ ଜଣ କର୍ମୀ ସନ୍ଧ୍ୟା ପର୍ଯ୍ୟନ୍ତ ଧାରଣାରେ ବସିଥିବା ବେଳେ, ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି। ଆଜି ଠାରୁ ପୁନର୍ବାର ଧାରଣା ଜାରି ରହିବ ବୋଲି ସୂଚନା ମିଳିଛି।