ମୁଖ୍ୟ ଖବର

ପକ୍କା ରାସ୍ତା ଦାବିରେ ଗ୍ରାମସଭା:  ମାଣିକଯୋଡି-ଲେମ୍ବୁତଇଳା ରାସ୍ତା ପାଇଁ ଆନ୍ଦୋଳନ ଚେତାବନୀ

By Angul TV Bureau

October 01, 2026

ଅନୁଗୋଳ: ଅନୁଗୋଳ ବ୍ଲକ ମାଣିକଯୋଡ଼ି ପଞ୍ଚାୟତର ମାଣିକଯୋଡ଼ିରୁ ଲେମ୍ବୁତଇଳା ପର୍ଯ୍ୟନ୍ତ ପ୍ରାୟ ୧୨ କିମି ରାସ୍ତାକୁ ସବୁଦିନିଆ ପକ୍କା ରାସ୍ତା ନିର୍ମାଣ ଦାବି ଜୋର ଧରିଛି। ଲିଖିତ ଭାବେ ପ୍ରଶାସନକୁ ଜଣାଇବା ପରେ ଆଜି ପୂର୍ବାହ୍ନରେ କନ୍ଧକୋଇଲି ଗ୍ରାମରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ସଭାପତି ସୁରେଶ ଷଣ୍ଢଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ସରପଞ୍ଚ ସୁରେଶ ପ୍ରଧାନ ରାସ୍ତାର ଜରୁରୀ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ସାମାଜିକ କର୍ମୀ ମାନସ ପାଳ ରାସ୍ତା ନିର୍ମାଣ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ।

ସଭାରେ ବନ ବିଭାଗ ଅନୁମତି ପାଇଁ ଆବେଦନ ଓ ସାଂସଦ-ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରଶାସନ ଦ୍ରୁତ ପଦକ୍ଷେପ ନ ନେଲେ ଜିଲ୍ଲାପାଳ ଅଫିସ ଘେରାଓ କରାଯିବ ବୋଲି ଚେତାବନୀ ଦିଆଯାଇଛି।