ଘଟଣା ଓ ଦୁର୍ଘଟଣା

ଲକ୍ଷାଧିକ ଟଙ୍କା ଜାଲିଆତି କରି ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ଗିରଫ

By Angul TV Bureau

June 10, 2022

ଛେଣ୍ଡିପଦା: ଲକ୍ଷାଧିକ ଟଙ୍କା ଜାଲିଆତି କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ବ୍ୟାଙ୍କ ମ୍ୟାନେଜର। ସ୍ଥାନୀୟ ଛେଣ୍ଡିପଦା ଥାନା ଖମାର ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜରଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ଗିରଫ ମ୍ୟାନେଜରଙ୍କ ନାଁ ନବ କିଶୋର ଧାରୁଆ ବୋଲି ଜଣାଯାଇଛି।

ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଖମାର ଶାଖାରେ ନବ କିଶୋର ଧାରୁଆ ୨୦୧୭-୧୮ ମସିହାରେ ମ୍ୟାନେଜର ଥିଲେ। ସେ ପଦରେ ଥିବା ବେଳେ କ୍ଷମତାର ଅପବ୍ୟବହାର କରି ୧୬ ଲକ୍ଷ ୫୦ ହଜାର ଟଙ୍କା ହରିଲୁଟ କରିଥିଲେ। ଏନେଇ ପରବର୍ତ୍ତୀ ସମୟରେ ଦାୟିତ୍ଵ ନେଇଥିବା ବ୍ୟାଙ୍କର ମ୍ୟାନେଜର ଅଭିଯୋଗ କରିଥିଲେ। ଧାରୁଆ ନିଜ ନାମରେ ଦୁଇଟି ଋଣ ଓ ତାଙ୍କ ଜଣେ ସମ୍ପର୍କୀୟ ପୁଲସ୍ତି ଧାରୁଆଙ୍କ ନାମରେ ଗୋଟିଏ ଋଣ କରି ଟଙ୍କା ହଡପ କରିଥିଲେ। ଅଭିଯୋଗ ସତ ପ୍ରମାଣିତ ହେବା ପରେ ପୁଲିସ ନବ କିଶୋର ଧାରୁଆଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।