ମୁଖ୍ୟ ଖବର

ଟାଙ୍ଗିଆରେ ନାତିକୁ ଚୋଟେ ପକାଇ ବନ୍ଧା ହେଲା ଜେଜେ ବାପା, ପୂର୍ବ ଶତ୍ରୁତାରୁ ଆକ୍ରମଣ ସନ୍ଦେହ

By Angul TV Bureau

January 18, 2025

ଅନୁଗୁଳ: ପୁତୁରାର ପୁଅ ତଥା ନାତିକୁ ଟାଙ୍ଗିଆରେ ଆକ୍ରମଣ କରିବା ଅଭିଯୋଗରେ ଜେଜେ ବାପାକୁ ଗିରଫ କରିଛି ନାଲକୋ ପୋଲିସ। ଗିରଫ ବୃଦ୍ଧ ହେଲେ ପର୍ଶୁରାମ ଦେହୁରୀ (୫୫)।ସୂଚନା ଅନୁଯାୟୀ, କୁଲାଡ଼ ଗ୍ରାମରେ ଶୁକ୍ରବାର ସନ୍ଧ୍ୟା ୬ଟାରେ ବିଘ୍ନେଶ୍ୱର ଦେହୁରୀ ଓ ସୋମବାରି ଦେହୁରୀଙ୍କ ୧୪ ବର୍ଷୀୟ ପୁଅ ଘର ବାହାରେ ଖେଳୁଥିଲା। ଏହି ସମୟରେ ପୂର୍ବ ଶତ୍ରୁତା ପାଇଁ ରାଗ ରଖି ବିଘ୍ନେଶ୍ୱରଙ୍କ ଦାଦା ପର୍ଶୁରାମ ଏକ ଧାରୁଆ ଟାଙ୍ଗିଆରେ ନାତିକୁ ଆକ୍ରମଣ କରିଥିଲା। ପୁଅର କାନ ମୂଳରେ ଟାଙ୍ଗିଆ ଚୋଟ ବାଜିଥିଲା। ଫଳରେ ଘଟଣାସ୍ଥଳରେ ସେ ଅଚେତ୍ ହୋଇ ପଡ଼ି ଯାଇଥିଲେ। ପରେ ପରିବାର ପକ୍ଷରୁ ତୁରନ୍ତ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ନାଲକୋ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପର୍ଶୁରାମକୁ କାବୁ କରିବା ସହ ଆକ୍ରମଣରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି। ତେବେ କାହିଁକି ପର୍ଶୁରାମ ହଠାତ ଆକ୍ରମଣ କଲା ସେ ନେଇ ମୁହଁ ଖୋଲିନଥିବା ପୋଲିସ କହିଛି।