କଳା ଓ ସଂସ୍କୃତି

ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲରେ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଡେ

By Angul TV Bureau

September 12, 2021

ଅନୁଗୁଳ : ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲରେ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଡେ ରବିବାର ପାଳିତ ହୋଇଯାଇଛି। ସ୍ଥାନୀୟ ରୋଟାରୀ ପଵ୍ଲିକ ସ୍କୁଲ ପରିସରରେ କୋଭିଡ ନିତୀନିୟମ ସହ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଡେ ‘ଅଭିନନ୍ଦନମ -୨୦୨୧’ ପାଳିତ ହୋଇଥିଲା। ଉତ୍ସଵରେ ମୂଖ୍ୟ ଅତିଥି ଭାଵରେ ଡ. ଧରଣୀଧର ନାଥ ଯୋଗଦେଇ ଉପସ୍ଥିତ ଜେଜେ ମା’ ଏବଂ ଜେଜେ ବାପା ଙ୍କୁ ସମ୍ମାନିତ କରିଥିଲେ। ଏହି ଅଵସରରେ ରୋଟାରୀ ପବ୍ଲିକ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ରୋଟାରିଆନ ନିଖିଲ ରଞ୍ଜନ ମିଶ୍ର ଏବଂ କୋଷାଧ୍ୟକ୍ଷ ନିର୍ମଳ କୁମାର ମିଶ୍ର ଯୋଗଦେଇ ଆଜିର ସମାଜରେ ଜେଜେ ଵାପା ଏବଂ ଜେଜେ ମା’ଙ୍କ ଆବଶ୍ୟକତା ଏବଂ ଅବଦାନ ଉପରେ ଆଲୋକପାତ କରିଥିଲେ।

ଉପସ୍ଥିତ ଜେଜେ ଵାପା ଏବଂ ଜେଜେ ମା’ ନୂଆ ପିଢିର କଳିକା ମାନଙ୍କୁ ସଠିକ ମାର୍ଗରେ ଦିଗଦର୍ଶନ ଦେଵା ସହ ଵିଦ୍ୟାଳୟର ଏହି ସ୍ଵତନ୍ତ୍ର ପ୍ରୟାସ ପାଇଁ ଧନ୍ୟଵାଦ ଏବଂ ଅଭିନନ୍ଦନ ଜଣାଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଵେହେରା , ଉପାଧ୍ୟକ୍ଷ ଡ. ମନୋରଞ୍ଜନ ପଣ୍ଡା, କାର୍ଯ୍ୟକ୍ରମ ପରିଚାଳିକା ଅନୁଭା ମିଶ୍ର ଏବଂ ପ୍ରଧାନ ଶିକ୍ଷୟିତ୍ରୀ କଳ୍ପଲତା ଦାଶଙ୍କ ତତ୍ଵାଵଧାନରେ ଆୟୋଜିତ ଏହି ଉତ୍ସଵରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ଵିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରିଶେଷରେ ପ୍ରଧାନ ଶିକ୍ଷୟିତ୍ରୀ କଳ୍ପଲତା ଦାଶ ଧନ୍ୟଵାଦ ଅର୍ପଣ କରିଥିଲେ।