ମୁଖ୍ୟ ଖବର

କୋଶଳା ଓ ଛେଣ୍ଡିପଦାରେ ଉପମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ: ମନ୍ଦିର ଦର୍ଶନ ସହ ବୃକ୍ଷରୋପଣ କଲେ ପ୍ରଭାତୀ ପରିଡ଼ା

By Angul TV Bureau

July 04, 2026

ଅନୁଗୋଳ: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ପ୍ରଥମ ଥର ପାଇଁ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ କୋଶଳା ଓ ଛେଣ୍ଡିପଦାବାସୀଙ୍କ ପକ୍ଷରୁ ତାଙ୍କୁ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।

ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ବିଜେପି କର୍ମୀ ଓ ଜନସାଧାରଣ ଉପମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଗସ୍ତ କାର୍ଯ୍ୟକ୍ରମରେ ସେ କୋଶଳାସ୍ଥିତ ମା’ ରାମଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ମନ୍ଦିରର ଉନ୍ନତୀକରଣ ଓ ଅଞ୍ଚଳର ପର୍ଯ୍ୟଟନ ବିକାଶ ନେଇ ଗ୍ରାମ କମିଟି ସଦସ୍ୟଙ୍କ ସହ ସେ ଆଲୋଚନା କରିଥିଲେ। ପରିବେଶକୁ ସବୁଜ ସୁନ୍ଦର ରଖିବା ପାଇଁ ସେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମରେ ସାମିଲ ହୋଇ ମନ୍ଦିର ପରିସରରେ ବୃକ୍ଷରୋପଣ କରିଥିଲେ।ଏହାପରେ ସେ ଛେଣ୍ଡିପଦା ଜଗନ୍ନାଥ ମନ୍ଦିରରେ ମଧ୍ୟ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ଛେଣ୍ଡିପଦା ବିଡିଓ, ତହସିଲଦାର, ବିଜେପି ଜିଲ୍ଲା ଉପସଭାପତି ଚୌଧୁରୀ ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।