ଅନୁଗୋଳ: ଭୁବନେଶ୍ୱରରୁ ରାଉରକେଲା ଗସ୍ତରେ ଯାଉଥିବା ସମୟରେ ରବିବାର ପୂର୍ବାହ୍ନରେ ଅନୁଗୋଳ ଜିଲ୍ଲା ଖମାର ଡାକବଙ୍ଗଳାରେ ବରିଷ୍ଠ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କୁ ବିପୁଳ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି। ପାଳଲହଡ଼ାର ପୂର୍ବତନ ବିଧାୟକ ତଥା ରାଜ୍ୟ ସାଧାରଣ ସମ୍ପାଦକ ମୁକେଶ ପାଳଙ୍କ ନେତୃତ୍ୱରେ ଏହି ସାଂଗଠନିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ଶ୍ରୀ ମିଶ୍ର ବର୍ତ୍ତମାନର ବିଜେପି ସରକାରକୁ ‘ମିଛ କଥା କହିବା ଓ ରଙ୍ଗ ମରା ସରକାର’ ବୋଲି କହି ତୀବ୍ର ନିନ୍ଦା କରିଛନ୍ତି। ଆଗାମୀ ପଞ୍ଚାୟତ, ପୌର ଓ ୨୦୨୯ ସାଧାରଣ ନିର୍ବାଚନ ପାଇଁ ଏବେଠୁ ଦୃଢ଼ତା ସହ ପ୍ରସ୍ତୁତ ରହିବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି।
ବୈଠକରେ ପାଳଲହଡ଼ା ବ୍ଲକ ସଭାପତି ରଞ୍ଜିତ ବିଶ୍ୱାଳ, କଣିହାଁ ବ୍ଲକ ସଭାପତି ପ୍ରଶାନ୍ତ ସାହୁ, ବ୍ଲକ ଅଧ୍ୟକ୍ଷା ରିନା ରାଣୀ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଇନ୍ଦ୍ରମଣି ଗଡ଼ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳ, ବ୍ଲକ ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ଭୋକ୍ତା, ନିର୍ବାଚନ ମଣ୍ଡଳୀ ସଂଯୋଜକ ସୁବାସ ମହାନ୍ତିଙ୍କ ସମେତ ୩ ଜୋନର ଜିଲ୍ଲା ପରିଷଦ ସଦସ୍ୟା, ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୧୦୦ରୁ ଅଧିକ ବରିଷ୍ଠ କର୍ମକର୍ତ୍ତା ଯୋଗଦେଇଥିଲେ।