ମୁଖ୍ୟ ଖବର

ତାଳଚେର ମେଡିକାଲ କଲେଜ୍ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

By Biswaranjan Pattnaik

September 03, 2025

ଅନୁଗୁଳ: ଗତ ଦୁଇ ଦଶନ୍ଧି ଧରି ଅନୁଗୁଳର ସ୍ବେଚ୍ଛାସେବୀ ମାନେ ଜିଲ୍ଲାରେ ଏକ ମେଡିକାଲ କଲେଜ୍ ପ୍ରତିଷ୍ଠା ନେଇ ପ୍ରଥମେ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହାର କିଛି ଦିନ ପରେ ଏମସିଏଲ ଏକ ମେଡିକାଲ କଲେଜ୍ ” ମିମସାର୍” ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ରାଜ୍ୟ ସରକାର ୨୦୨୩ ମସିହାରେ କଲେଜକୁ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ୍ ଭାବେ ନାମିତ କରିଥିଲେ। ଗତ ୨.୯.୨୫ ରେ ଏହି କଲେଜକୁ  ଜାତୀୟ ମେଡିକାଲ କଲେଜର ଅନୁମତି ମିଳିବା ପରେ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି।

ଏହି ପରିପ୍ରେକ୍ଷୀରେ ସ୍ବେଚ୍ଛାସେବୀ ମାନେ କେନ୍ଦ୍ର ସରକାରଙ୍କ ସମେତ ରାଜ୍ୟ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଜିଲ୍ଲା ପ୍ରଶାସନକୁ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି। ଏଥିନେଇ ଏକ ସ୍ମାରକ ପତ୍ର ସ୍ଵେଚ୍ଛାସେବୀ ମାନେ ଆଜି ଅନୁଗୁଳ ଏଡିଏମ ଉଦୟ କୁମାର ମହାପାତ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ସ୍ବେଚ୍ଛାସେବୀ ପର୍ଶୁରାମ ଦାଶ,ପ୍ରତାପ କୁମାର ମହାପାତ୍ର, ଆଦ୍ୟଶ୍ଳୋକ ମିଶ୍ର,  ରୁକେଶ୍ ରୋସନ ଦାସ,ବିଶ୍ୱଜିତ୍ ବିଶ୍ଵାଳ,ଜୟନ୍ତ କୁମାର କର  ପ୍ରମୁଖ  ଏଡିଏମଙ୍କୁ ଭେଟି ସ୍ମାରକ ପ୍ରଦାନ କରିଥିଲେ।