ମୁଖ୍ୟ ଖବର

ଟାଇଁସି ଠାରେ ଖୋଲିବ +୨ କଲେଜ, ଅନୁମୋଦନ ଓ ନାମଲେଖା ଆରମ୍ଭ; କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ କୃତଜ୍ଞତା

By Angul TV Bureau

August 26, 2025

ଅନୁଗୁଳ: ଦୀର୍ଘ ବର୍ଷର ଦାବି ପରେ ଟାଇସିଁ ଦୀନବନ୍ଧୁ ଜନ କଲ୍ୟାଣ ହାଇସ୍କୁଲ ଠାରେ +୨ କଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ଅନୁମୋଦନ ଲାଭ କରିବା ସହ ଆଜି ଠାରୁ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଏଣୁ ଶିକ୍ଷା ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସ୍ଥାନୀୟ ଲୋକେ।

ସୋମବାର ଅପରାହ୍ନରେ ଟାଇଁସି ଦୀନବନ୍ଧୁ ଜନ କଲ୍ୟାଣ ହାଇସ୍କୁଲ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସମାଜସେବୀ ସୁଶୀଲ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗ ପାଇଁ କଲେଜ ଆରମ୍ଭ ହୋଇଥିବାରୁ ଧନ୍ୟବାଦ ଦିଆଯାଇଛି।

କଲେଜର ନାମଲେଖା ପାଇଁ ୧୨୮ ସିଟ ଅନୁମୋଦନ ମିଳିଛି ଏବଂ ଆସନ୍ତା ୨୫ ତାରିଖରୁ ୩୧ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଅନଲାଇନ୍ ମାଧ୍ୟମରେ ଆବେଦନ କରି ପାରିବେ। ସେପ୍ଟେମ୍ବର ୪ ତାରିଖରେ ମେରିଟ ଲିଷ୍ଟ ପ୍ରକାଶ ପାଇବ ଏବଂ ସେପ୍ଟେମ୍ବର ୬ ତାରିଖରୁ ୧୦ ତାରିଖ ମଧ୍ୟରେ ନାମଲେଖା କାର୍ଯ୍ଯ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି।

ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ପ୍ରତିନିଧି ତଥା ଆଇନଜୀବୀ ପ୍ରଦୀପ କୁମାର ପ୍ରଧାନ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ, ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ତଥା କଲେଜର ଇନଚାର୍ଜ ଅଧ୍ୟକ୍ଷା ମନସ୍ୱିନୀ ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ଦୀନବନ୍ଧୁ ସାହୁ, ବ୍ରଜବନ୍ଧୁ ସାହୁ, ସ୍କୁଲ କମିଟି ସଭାପତି ଉମେଶ ଦେହୁରୀ, ସଭ୍ୟ ରାଜେନ୍ଦ୍ର କୁମାର୍ ପ୍ରଧାନ, ସରପଞ୍ଚ ଜୟନ୍ତୀ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସାହୁ, ପ୍ରସନ୍ନ କୁମାର ବେହେରା, ବେଦବ୍ୟାସ ପ୍ରଧାନ, ସୁଶାନ୍ତ କୁମାର ସାହୁ, ଶରତ ଚନ୍ଦ୍ର ପ୍ରଧାନ, ବୈକୁଣ୍ଠ ପ୍ରଧାନ, ସ୍ଵପ୍ନେଶ୍ୱର୍ ପ୍ରଧାନ, ରୁନୁକାନ୍ତ ପ୍ରଧାନ, ହେମନ୍ତ ପ୍ରଧାନ, ତ୍ରିଲୋଚନ ଜେନା, ଦୋଳଗୋବିନ୍ଦ ସାହୁ, ସୁନୀଲ କୁମାର ସାହୁ, ଲିଟନ୍ ସାହୁ, ସୌର ଚନ୍ଦ୍ର ସାହୁ, ଟୁନା ସାହୁ, ବିମ୍ବାଧର ସହୁ, ଲକ୍ଷ୍ମଣ ସାହୁ, ଜ୍ୟୋତିରଂଜନ ପ୍ରଧାନଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଗ୍ରାମ ପ୍ରତିନିଧି ଉପସ୍ଥିତ ଥିଲେ।