ମୁଖ୍ୟ ଖବର

ଗ୍ରେ ୱାଟର ମ୍ୟାନେଜମେଣ୍ଟ: ଶୀମିଳିପଡ଼ା ପତିତ ଜଳାଶୟର ରୂପରେଖ ବଦଳିବ

By Biswaranjan Pattnaik

April 03, 2024

ଅନୁଗୁଳ: ଆମ ପୋଖରୀ ଯୋଜନାରେ ରାଜ୍ୟ ସରକାର ବିଭିନ୍ନ ପତିତ ଜଳାଶୟ ଗୁଡ଼ିକର ପୁନରୁଦ୍ଧାର କରିବା ସହ ଏହାକୁ କିଭଳି ପୁନଃର୍ବ୍ୟବହାର ଯୋଗ୍ୟ କରାଯାଇପାରିବ ସେଥିନେଇ ଅର୍ବାନ ଲୋକାଲ ବଡି ଗୁଡ଼ିକୁ ଆବଶ୍ୟକ ଅର୍ଥ ମଞ୍ଜୁର କରିଛନ୍ତି। ଏହି ଯୋଜନାରେ ଶିମିଳିପଡ଼ାର ପତିତ ଜଳାଶୟ ଟିକୁ ଗ୍ରେ ୱାଟର ପରିଚାଳନା କରାଯାଇ ଏହାର ପାଣିକୁ ପୁନଃବ୍ୟବହାର ଯୋଗ୍ୟ କରାଯିବ। ଗ୍ରେ ୱାଟର ମ୍ୟାନେଜମେଣ୍ଟର ଅର୍ଥ ହେଲା ପାଇଖାନାର ଅପରିଷ୍କାର ଜଳକୁ ଛାଡି ବାକି ଯେତେ ସାଧାରଣ ଅବର୍ଜନଯୁକ୍ତ ଜଳ ଯେପରିକି ଗାଧୁଆ ପାଣି, ଲୁଗାକଚା ପାଣି, ରୋଷେଇଘର ପାଣି, ହୋଟେଲର ପାଣି ଏସବୁକୁ ବୈଜ୍ଞାନିକ ଉପାୟରେ ପରିଷ୍କାର କରାଯାଇ କୃଷି ଏବଂ ଗାଧୁଆ ପାଧୁଆ ପାଇଁ ଉପଯୋଗୀ କରାଯିବ। ଆଜି ଏହି କାର୍ଯ୍ୟ ତଦାରଖ କରିବା ପାଇଁ ଏକ ଟିମ୍ ଭୁବନେଶ୍ବରରୁ ଆସି ଜଳାଶୟ ବୁଲି ଦେଖିଥିଲେ ନଗରପାଳ ଅକ୍ଷୟ ସାମନ୍ତ ଟିମ୍ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସବିଶେଷ ତଥ୍ୟ ଦେଇଥିଲେ। ଜଳାଶୟର ଖନନ କାର୍ଯ୍ୟ ସରିବା ପରେ ଏହାର ଚାରିପାଖ ସୋନ୍ଦର୍ଯ୍ୟକରଣ ହେବ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି ।