ଘଟଣା ଓ ଦୁର୍ଘଟଣା

ସ୍ବେଚ୍ଛାସେବୀଙ୍କ ମହାନତା! ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ହସ୍ପିଟାଲରେ କଲେ ଭର୍ତ୍ତି

By Biswaranjan Pattnaik

October 29, 2024

 

ଅନୁଗୁଳ: ସ୍ବେଚ୍ଛାସେବୀଙ୍କ ମହାନତା। ଅସହାୟ ବୃଦ୍ଧାଙ୍କୁ କଲେ ଉଦ୍ଧାର। ଅନୁଗୁଳ ଜିଲ୍ଲାର ଜଣାଶୁଣା ସ୍ବେଚ୍ଛାସେବୀ ଚିନ୍ମୟୀ ଦାସ ଆଜି ପିଟିସି ଛକ ରାଜ ହୋଟେଲ ପାଖରେ ଏକ ଦୋକାନ ସାମ୍ନାରୁ ଜଣେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ରାଜ ହୋଟେଲ ପାଖରେ ଜଣେ ବୃଦ୍ଧା ଅସହାୟ ଅବସ୍ଥାରେ ପଡ଼ିରହିଥିବା ଖବର ଚିନ୍ମୟୀ ଦାସ ପାଇଥିଲେ। ଏ ନେଇ ସେ ତୁରନ୍ତ ୧୧୨ କୁ ଜଣାଇଥିଲେ। ପରେ ଏକ ଘରୋଇ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ବୃଦ୍ଧାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଥିବା ଜେରିଆଟ୍ରିକ ୱାର୍ଡରେ ଭର୍ତ୍ତି କରାଯାଇଛି। ବୃଦ୍ଧା ଜଣକ ଦୀର୍ଘ ଦିନ ହେବ ଖାଇ ନ ଥିବାରୁ ଦୁର୍ବଳ ହୋଇପଡିଛନ୍ତି। ତାଙ୍କ ନାଁ ଜାନକୀ ଭୋଇ (୮୫)। ସେ ନିଶା ଥାନା ଅର୍ନ୍ତଗତ କାଳିଆକଟା ଗାଁରେ ବୋଲି ଜଣାପଡ଼ିଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ସୂଚନା ମିଳିଛି।