ମୁଖ୍ୟ ଖବର

ନଗରପାଳଙ୍କ ମହତ କାର୍ଯ୍ୟ, ସମାଜସେବୀଙ୍କ ସହାୟତାରେ ସଫା କଲେ କଣ୍ଟା ଗଛ

By Angul TV Bureau

November 23, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର କୋର୍ଟ- ରେମୁଆଁ ରାସ୍ତାକଡ଼ ପାଚେରୀରେ ଉଠିଥିବା କଣ୍ଟା ଗଛକୁ ସଫା କରିଛନ୍ତି ନଗରପାଳ। ସମାଜସେବୀ ଲଳିତ ବଲ୍ଲଭ ରାଉତ ଉକ୍ତ ଗଛକୁ ପରିଷ୍କାର କରିଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ ରାସ୍ତା ଉପରକୁ କଣ୍ଟା ଗଛ ମାଡ଼ି ଆସିଥିବା କାରଣରୁ ପଥଚାରୀ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏନେଇ ତାଳଚେର କୋର୍ଟର ସ୍ବତନ୍ତ୍ର ସରକାରୀ ଓକିଲ ତଥା ବରିଷ୍ଠ ଆଇନଜୀବୀ ଗିରିଜା ଶଙ୍କର ମିଶ୍ର ଗତ ଦୁଇମାସ ତଳେ ୧୨ନମ୍ବର କାଉନସିଲରକୁ ଅଭିଯୋଗ କରିଥିଲେ। କିନ୍ତୁ କିଛି ପ୍ରତିକାର ହୋଇନଥିଲା। ଏନେଇ ନଗରପାଳ ପବିତ୍ର ଭୂତିଆଙ୍କୁ ଜଣାଇବା ପରେ ସେ ତୁରନ୍ତ ସମାଜସେବୀ ଲଳିତ ବଲ୍ଲଭ ରାଉତଙ୍କ ସହାୟତାରେ ଗଛ କାଟିଥିଲେ। ତେବେ ଏହି ମହତ କାମ ପାଇଁ ନଗରପାଳଙ୍କୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।