ଅନ୍ୟାନ୍ୟ

ବିଜେପି ନେତାଙ୍କ ମହାନତା: ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ କଲେ ଭର୍ତ୍ତି

By Sanjeeb Biswal

September 12, 2023

ଅନୁଗୁଳ: ଛେଣ୍ଡିପଦା ଥାନା ଅନ୍ତର୍ଗତ ବ୍ରାହ୍ମଣବିଲ ଗାଁ ନିକଟରେ ଗଛରେ ପିଟି ହୋଇ ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିବା ଜଣେ ବାଇକ ଆରୋହୀଙ୍କୁ ବିଜେପି ନେତା ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ବିଜେପି ନେତା ଅଗସ୍ତି ବେହେରା, ଜିଲ୍ଲା ପରିଷଦ ସଭ୍ୟ ଯଶୋବନ୍ତ ପ୍ରସାଦ ବେହେରା ଓ ଗୋପବନ୍ଧୁ ଗଡ଼ନାୟକ ବ୍ରାହ୍ମଣବିଲିରୁ କମ୍ପସଲା ଯାଉଥିବା ବେଳେ ଆହତ ଯୁବକଙ୍କୁ ଦେଖି ଉଦ୍ଧାର କରିଥିଲେ। ସେମାନେ ସଙ୍ଗେ ସଙ୍ଗେ ତାଙ୍କୁ ନିଜ ଗାଡ଼ିରେ କୋଶଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ। ଯୁବକ ଜଣକ ହେଲେ କଣିହାଁ ଅଞ୍ଚଳର ବୁଲ ଗ୍ରାମର ମୁନା ପ୍ରଧାନ ବୋଲି ଜଣାପଡ଼ିଛି।

ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ତେବେ ଏଭଳି ମହତ୍ କାର୍ଯ୍ୟ ପାଇଁ ଅଗସ୍ତି ବେହେରାଙ୍କୁ ପ୍ରଶଂସାର ସୁଅ ଛୁଟିଛି।