ମୁଖ୍ୟ ଖବର

ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କଅଭିଯୋଗ ଶୁଣାଣି

By Biswaranjan Pattnaik

February 13, 2025

ଅନୁଗୁଳ:ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁଗୁଳ କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ଚର୍ଚାରେ ଅଛନ୍ତି। ବଡି ଭୋରରୁ ଜିପିଆରଏସ ଟ୍ରାକିଙ୍ଗ ସିଷ୍ଟମରେ ସ୍ୱଚ୍ଛ ସଵାରୀ ଠିକ ରୁଟରେ ନିୟମିତ ଯାଉଚି କି ନାହିଁ, ଅଳିଆ ଉଠୁଛି ନା ନାହିଁ ତାହା ତଦାରଖ କରିବା ସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା ମଧ୍ୟ କରୁଛନ୍ତି। ଏଟିଭି କୁ ଏକ ସାକ୍ଷାତକାରରେ ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ପ୍ରକାଶ କରିଛନ୍ତି କି, ଅନୁଗୁଳ ପୌରପାଳିକା ମଧ୍ୟରେ ବସବାସ କରୁଥିବା ବାସିନ୍ଦା ମାନଙ୍କ ମଧ୍ୟରୁ ଯେଉଁ ମାନଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ, ହୋଲଡିଂ ଟିକସ ଏବଂ ଭେଣ୍ଡିଂ ଜୋନ ଘର ନେଇ କୌଣସି ଆପତ୍ତି ଅଭିଯୋଗ ଥାଏ ସେମାନେ ସରକାରୀ କାର୍ଯ୍ୟ ଦିବସ ମାନଙ୍କରେ ଅନୁଗୁଳ ପୌର କାର୍ଯ୍ୟାଳୟ ଠାରେ ନିର୍ବାହୀ ଅଧିକାରୀଙ୍କୁ ଭେଟି ନିଜ ଆପତ୍ତି ଅଭିଯୋଗ ଜଣାଇ ପାରିବେ।