ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ନୂଆମୌଜା ପଞ୍ଚାୟତରେ ବିଡିଓଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଅନୁଗୁଳ ବିଡିଓ ଡଃ ବିଶ୍ୱଭୂଷଣ ସମସ୍ତ ପଞ୍ଚାୟତବାସୀଙ୍କ ଉପସ୍ଥିତିରେ ପଞ୍ଚାୟତ କାର୍ଯ୍ୟାଳୟରେ ଜନଶୁଣାଣି କରି ସମସ୍ତ ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
ଏ ଅବସରରେ ଲିଙ୍ଗରଯୋଡ଼ି ଗ୍ରାମବାସୀ ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କରେ ବିଡିଓଙ୍କୁ ଅବଗତ କରିବା ସହ ତୁରନ୍ତ ସମାଧାନ ପାଇଁ ନିବେଦନ କରିଛନ୍ତି। ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର, ରାସ୍ତାରେ ଡ୍ରେନ ନିର୍ମାଣ, ରାସ୍ତା ଆଲୋକୀକରଣ, ବିଦ୍ୟାଳୟରେ ନଳକୂପ, ଗ୍ରୀଷ୍ମପ୍ରବାହ ଆଗମନରେ ଗ୍ରାମର ପାନୀୟ ଜଳ ସଙ୍କଟ ଆଦି ୧୧ଟି ମୌଳିକ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ନିବେଦନ କରିଥିଲେ। ପ୍ରକାଶ ଯେ ଏହି ଶୁଣାଣି ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।