ମୁଖ୍ୟ ଖବର

ଜିଏସ୍ ସେଣ୍ଟର ସପିଙ୍ଗ ମଲ ସିଲ

By Biswaranjan Pattnaik

August 22, 2022

ଅନୁଗୁଳ: ଅନୁଗୁଳ ସହରରେ ବେଆଇନ ସପିଙ୍ଗ ମଲ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଏମାନଙ୍କ ଯୋଗୁଁ ଟ୍ରାଫିକ ସମସ୍ୟା ଦେଖା ଦେଉଛି। ଏଥିନେଇ ଅଭିଯୋଗ ହେବାପରେ ଆଜି ସନ୍ଧ୍ୟାରେ ଟାମଡା ଓ ମ୍ୟୁନିସିପାଲିଟି ପକ୍ଷରୁ ଶଙ୍କର ସିନେମା ରୋଡ଼ରେ ଥିବା ଜିଏସ୍ ସପିଙ୍ଗ ମଲ ଉପରେ ଚଢ଼ାଉ କରାଯାଇଥିଲା। ସିଲ ପୂର୍ବରୁ ଡ଼ାକବାଜି ଯନ୍ତ୍ର ଯୋଗେ ମଲକୁ ଖାଲି କରାଯାଇଥିଲା।

ମିଳିଥିବା ତଥ୍ୟ ଅନୁସାରେ ପ୍ରଥମେ ଉକ୍ତ ମଲ ରେସିଡେନ୍ସିଆଲ ଉଦ୍ଦେଶ୍ୟରେ ଅନୁମତି ମାଗି ପରେ କମରସିଆଲ ଉଦ୍ଦେଶ୍ୟରେ କାର୍ଯ୍ୟ କରିଥିଲେ। ବିନା ଅନୁମତିରେ ଏହାର ଉପର ମହଲା ନିର୍ମାଣ, ଟ୍ରେଡ଼ ଲାଇସେନ୍ସ ବିନା କାରବାର ଚଳାଇବା ଆଦି ଅଭିଯୋଗ ଆସିବା ପରେ ମ୍ୟୁନିସିପାଳିଟି ପକ୍ଷରୁ ମଲ କୁ ସିଲ କରାଯାଇଛି। ସିଲ ସମୟରେ ଟାମଡା ଓ ମ୍ୟୁନିସିପାଳିଟିର ବହୁ ପଦାଧିକାରୀ ଉପସ୍ଥିତ ଥିଲେ।