ମୁଖ୍ୟ ଖବର

ଭୁବନେଶ୍ୱର ଓ ଅନୁଗୁଳରେ ଏସଏସ୍ ମାର୍ଟରେ GST ଚଢ଼ଉ: ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ କ୍ୟାସ୍ ଜବତ!

By Angul TV Bureau

October 22, 2024

ଅନୁଗୁଳ: ଜିଏସଟି ଫାଙ୍କିବା ସନ୍ଦେହରେ ଡାଇରେକ୍ଟର ଜେନେରାଲ ଜିଏସଟି ଇଣ୍ଟେଲିଜେନସ ପକ୍ଷରୁ ଏକକାଳୀନ ୩ଟି ଜାଗାରେ ଚଢ଼ଉ କରାଯାଇଛି। DGGI ଟିମ୍ ପକ୍ଷରୁ ଭୁବନେଶ୍ୱର ଓ ଅନୁଗୁଳରେ ଏସଏସ୍ ମାର୍ଟ ଦୋକାନର ବିଭିନ୍ନ ବ୍ରାଞ୍ଚରେ ଛାନଭିନ କରାଯାଇଛି। ବିଭିନ୍ନ ସୋରୁମର ଷ୍ଟକ୍ ହାଉସ ସମେତ ଅଫିସରେ‌ ରେଡ ହୋଇଛି।

ଅନୁଗୁଳ ଗାନ୍ଧୀ ମାର୍ଗ ଠାରେ ଥିବା SS MART ରେ ଗୋଟିଏ ଟିମରେ ୬ଜଣ ଲେଖାଏଁ ଯାଇ ୩ଟି ସ୍ଥାନରେ ରେଡ ଚଳାଇଛନ୍ତି। ଯାଞ୍ଚ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ କିଛି କ୍ୟାସ ମଧ୍ୟ ଜବତ କରାଯାଇଥିବା ଅନୁମାନ କରାଯାଉଛି। ଦୋକାନର କମ୍ପ୍ୟୁଟର ହାର୍ଡଡିସ୍କ ସମେତ ଆର୍ଥିକ କାରବାରର ସମ୍ପର୍କିତ ବ୍ୟାଙ୍କ ଡିଟେଲ ଓ ଟ୍ରାନଜାକ୍ସନ ମଧ୍ୟ ଜବତ କରିଛି ଡିଜିଜିଆଇ।

ସେହିପରି ସୋରୁମର ସେଲ ଓ ପରଚେଜ୍ ରେକର୍ଡ ଦେଖିବା ସହ କେତେ ବିକ୍ରି ହୋଇଛି ଓ କେତେ ବାକି ରହିଛି ଏବଂ କେଉଁ କେଉଁ ସ୍ଥାନରେ ସେମାନଙ୍କର ବ୍ୟବସାୟିକ ଟ୍ରାନଜାକ୍ସନ ହେଉଥିଲା ସେ ନେଇ ମଧ୍ୟ ଯାଞ୍ଚ କରିଛନ୍ତି। ଅନ୍ୟପଟେ ଯାଞ୍ଚ କରୁଥିବା ଅଧିକାରୀମାନେ ଗଣମାଧ୍ୟମକୁ କୌଣସି ତଥ୍ୟ ଦେଇପାରିବେ ନାହିଁ ବୋଲି କହିଥିଲେ।