ମୁଖ୍ୟ ଖବର

ବର୍ତ୍ତନ ଭଣ୍ଡାରରେ ଜିଏସ୍‌ଟି ଚଢ଼ାଉ

By Swagatika Samantray

July 20, 2022

ଅନୁଗୁଳ: ଅନୁଗୁଳ ସହରର ଲକ୍ଷ୍ମୀବଜାରରେ ଥିବା ଚକାଡ଼ୋଳା ବର୍ତ୍ତନ ଭଣ୍ଡାରରେ ବୁଧବାର ଅନୁଗୁଳ ବାଣିଜ୍ୟକର ବିଭାଗ ତରଫରୁ ଚଢ଼ାଉ କରାଯାଇଛି। ଦେକାନର ମାଲିକ ବିଭାଗର ଅଧିକାରୀମାନଙ୍କୁ ସହାୟତା କରୁନଥିବାରୁ ଜିଏସ୍‌ଟି ଫାଙ୍କିବାର ସଠିକ ଆକଳନ କରାଯାଇପାରୁ ନାହିଁ। ତେବେ କୌଣସି ପ୍ରକାରେ ଏହି ଚଢ଼ାଉକୁ ସଫଳ କରିବା ପାଇଁ ବିଭାଗ ତରଫରୁ ଯୋରଦାର ଉଦ୍ୟମ କରାଯାଉଛି। ଦେକାନର ବଜାରରେ ପ୍ରାୟ ୧୦ରୁ ଅଧିକ ଗୋଦାମ ରହିଛି। ଗୋଦାମ ଭିତରୁ ପଶିବାକୁ ବିଭାଗର ଅଧିକାରୀମାନଙ୍କୁ ବାରଣ କରୁଛି ଦୋକାନ ମାଲିକ। କିଛି ଅସାମାଜିକଙ୍କୁ ଠୁଳକରାଇ ରାତାରାତି ଗୋଦାମ ଖାଲିକରିବାର ଯୋଜନା ଚଳାଇଥିବା ଆଲୋଚନା ହେଉଛି। ତେଣୁ ବିଭାଗ ତରଫରୁ ପୁଲିସର ସହାୟତା ନିଆଯାଇଛି।