ମୁଖ୍ୟ ଖବର

ଗହଣା ଦୋକାନରେ ଜିଏସ୍‌ଟି ଚଢ଼ଉ

By Angul TV Bureau

October 05, 2021

ଅନୁଗୁଳ: ଅନୁଗୁଳ ସହରର ଗହଣାଦୋକାନ ବନିତ ‘ଜୁଏଲର୍ସ’ରେ ସୋମବାର ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ବିଭାଗ ପକ୍ଷରୁ ଚଢାଉ ହୋଇଛି । ସୋମବାର ମଧ୍ୟାହ୍ନରୁ ଏହି ଚଢଉ ଆରମ୍ଭ ହୋଇଥିଲାବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ପୁଲିସ ସହାୟତାରେ ଜିଏସ୍‌ଟି ଅଧିକାରୀମାନେ ଦୋକାନକୁ ଯାଇ ଏହାର କାଗଜପତ୍ର ଯାଞ୍ଚ କରୁଛନ୍ତି ତେବେ ଏହି ଚଢାଉ ସମୟରେ କ’ଣ ମିଳିଛି ତାହା ସ୍ପଷ୍ଟ ହୋଇନି ଚଢଉ ଚାଲିଥିବାରୁ ଏଥିନେଇ ଅଧିକାରୀମାନେ କିଛି କହିବାକୁ ମନା କରି ଦେଇଛନ୍ତି। ଅପରପକ୍ଷରେ ଦୋକାନ ପକ୍ଷରୁ ଜିଏସ୍‌ଟି ଠିକ୍ ଭାବେ ପୈଠ ହୋଇଛି କି ନାହିଁ ଏବଂ କ’ଣ କ’ଣ ଅନିୟମିତତା ହୋଇଛି ତାହ ଯାଞ୍ଚ କରାଯାଇଥିବା ଜଣାପଡ଼ିଛି। ଏଥିସହ ସେମାନେ ବହୁ ଗୁରୁତ୍ବପୂର୍ଣ୍ଣି କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି।