ମୁଖ୍ୟ ଖବର

ଅନୁଗୁଳରେ GST ଉତ୍ସବ: ମିଠା ବାଣ୍ଟିଲେ ନଗର ମଣ୍ଡଳ ସଦସ୍ଯ

By Angul TV Bureau

September 22, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ନଗର ମଣ୍ଡଳ ତରଫରୁ ସଭାପତି ପବନ ମାଣ୍ଡୋଠୀଆଙ୍କ ନେତୃତ୍ୱରେ ଅନୁଗୁଳ ବଜାର ଛକରେ GST ଉତ୍ସବ ପାଳନ ସହ ସାଧାରଣ ଲୋକଙ୍କୁ ମିଠା ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ସଭାପତି ଦୀପକ ବର୍ମା, ସାଧାରଣ ସମ୍ପାଦକ ଅଶୋକ ମୋଦୀ ଏବଂ ବିଜେପି ନେତା ପ୍ରତ୍ୟୁଷ ରଞ୍ଜନ ପଣ୍ଡା ଓ ଦିଲ୍ଲୀପ ଦାସ ଉପସ୍ଥିତ ଥିଲେ।