ମୁଖ୍ୟ ଖବର

ଡାକ୍ତର,ନର୍ସ ଏବଂ ପାରା ମେଡ଼ିକାଲ କର୍ମଚାରୀଙ୍କ ସୁରକ୍ଷା ପାଇଁ ଗାଇଡଲାଇନ୍ ଜାରି

By Biswaranjan Pattnaik

September 21, 2024

ଅନୁଗୁଳ: ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଡାକ୍ତର,ନର୍ସ ଏବଂ ପାରା ମେଡ଼ିକାଲ କର୍ମଚାରୀଙ୍କ ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି।

ସରକାରଙ୍କ ଚିଠି ସଂଖ୍ୟା ୨୪୧୭୫ ତା ୧୮.୯.୨୦୨୪ ଅନୁଯାୟୀ ପ୍ରତ୍ୟେକ ମେଡ଼ିକାଲ ଚାରିପାଖେ ପାଚେରୀ ରହିବା ଆବଶ୍ୟକ। ପ୍ରତ୍ୟେକ କର୍ମଚାରୀ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ୟୁନିଫର୍ମ ଏବଂ ଆଇ କାର୍ଡ ନିୟମିତ ପରିଧାନ କରିବେ। ସିକ୍ୟୁରିଟି ଗାର୍ଡ ମେଡ଼ିକାଲ ଭିତରେ ଗାଡ଼ି ମଟର ଚଳାଚଳ ଏବଂ ରୋଗୀ ଭିଡ଼କୁ ନିୟନ୍ତ୍ରଣ କରିବେ। ଆଇପିଡି କୁ ଯିବାପାଇଁ ଦୁଇ ଜଣଙ୍କୁ ନିର୍ଦ୍ଧାରିତ ସମୟରେ ଯିବାପାଇଁ ପାସ ଦିଆଯିବ।ଚବିଶ ଘଣ୍ଟା ନିରାପତ୍ତା ବ୍ୟବସ୍ଥା ସହ ସିସିଟିଭି ବ୍ୟବସ୍ଥା ରହିବା ନିୟମିତ ବ୍ୟବଧାନରେ ମେଡ଼ିକାଲ ପକ୍ଷରୁ ନିରାପତ୍ତା ବ୍ୟବସ୍ଥା ଅନୁଧ୍ୟାନ କରାଯିବ।

ମେଡ଼ିକାଲ ଭିତରେ ବିଜୁଳି ବ୍ୟବସ୍ଥା ଉନ୍ନତ କରାଯିବ। ଡାକ୍ତର ନର୍ସଙ୍କ ପାଇଁ ବିଶ୍ରାମ କକ୍ଷ ଅଲଗା ରହିବା।ଆବଶ୍ୟକ ହେଲେ ମହିଳା କର୍ମଚାରୀଙ୍କୁ ଆତ୍ମ ରକ୍ଷା କୌଶଳ ତାଲିମ ଦିଆଯିବ।