ଅନୁଗୁଳ: ଚଳିତ ମାସ ତା ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ୨୫ତମ ସିନିୟର୍ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତା ରାଜସ୍ଥାନ ଜୟପୁର ଜିଲ୍ଲା ସ୍ଥିତ ଇଞ୍ଜିନିୟରିଂ କଲେଜ ଠାରେ ଅନୁଷ୍ଠିତ ହେଇଥିଲା। ଉକ୍ତ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାରୁ ୧୮ ବର୍ଷରୁ ଉର୍ଦ୍ଧ ବାଳିକା ବିଭାଗରେ ଗୁଲ୍ଜାରି ଶ୍ୟାମାରାଗିଣୀ ଅଂଶ ଗ୍ରହଣ କରି କାଂସ୍ୟ ପଦକ ହାସଲ କରିଛନ୍ତି। ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପଦକ ହାସଲ କରି ଥିବାରୁ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଓ ଅନଗୁଳ ଜିଲ୍ଲା ସ୍କୋଏ ମାର୍ଶାଲ ଆର୍ଟ ଉପସଭାପତି ପର୍ଶୁରାମ ଦାଶ ଗୁଲଜାରୀଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଧନା ଜଣାଇ ଥିଲେ।ରାଜ୍ୟ ସ୍କୋଏ ଉପ ସଭାପତି ଦୁଷ୍ୟନ୍ତକୁମାର ନାଥଙ୍କ ଠାରୁ ସେ ନିୟମିତ ପ୍ରଶିକ୍ଷଣ ନେଇ ଆସୁଛନ୍ତି।