ଅନୁଗୁଳ: ଅମଲାପଡ଼ା ଏକ ସରକାରୀ କଲୋନୀରେ ରହୁଥିବା ଠିକା ଅଧିକାରୀ ରାସଲୀଳା କରି ଧରାପଡ଼ିବା ପରେ ଛେଚା ଖାଇ ଅନୁଗୁଳରୁ ଫେରାର ହୋଇଯାଇଥିଲେ।ତେବେ ବୁଧବାର ସନ୍ଧ୍ୟାରେ ହୃଦଘାତରେ ମୃତ୍ୟୁ ବରଣ କରିଥିବା ସ୍ୱଚ୍ଛ ସାଥୀ କଳ୍ପନା ବରାଳଙ୍କ ସ୍ମୃତିରେ ଆଜି ଏକ ଶୋକ ସଭା ହେମସୁରପଡ଼ା ଏମସିସି ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବହୁ ଠିକା କର୍ମଚାରୀ ଯୋଗ ଦେଇ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶୋକ ସଭା ପରେ ଉପସ୍ଥିତ ବହୁ ମହିଳା କର୍ମଚାରୀ ରଙ୍ଗିଲା ଅଧିକାରୀଙ୍କଙ୍କ ପ୍ରତି ତାଙ୍କର ଅସନ୍ତୋଷ ଜାହିର କରିଥିଲେ।ଅନେକ ମହିଳା କର୍ମଚାରୀଙ୍କୁ ସେ ଯୌନ ଶୋଷଣ କରନ୍ତି ବିଫଳ ହେଲେ ଗାଳି ଗୁଲଜ କରିବା ସହ ଅପଦସ୍ଥ ମଧ୍ୟ କରନ୍ତି ବୋଲି ଆଲୋଚନା ହୋଇଥିଲା। ଏଭଳି ଅଧିକାରୀଙ୍କୁ ସରକାରୀ କ୍ୱାଟରରୁ ହଟାଇବାକୁ ଅନେକେ ମତବ୍ୟକ୍ତ କରିଥିଲେ।