ମୁଖ୍ୟ ଖବର

ଗୁଣ୍ଡିଚା ପହଣ୍ଡି ବେଳେ ଅଘଟଣ: ରଥରୁ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର

By Angul TV Bureau

July 09, 2024

ପୁରୀ: ମହାପ୍ରଭୁ ବଡ଼ ଠାକୁର ବଡ଼ ବାଡ଼ ବଳଭଦ୍ରଙ୍କ ପହଣ୍ଡି ବେଳେ ଅଘଟଣ। ଆଜି ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବେଳେ ରଥ ଉପରୁ ଖସିପଡ଼ିଛନ୍ତି ବଡ଼ ଦିଅଁ। ଠାକୁରଙ୍କ ପଛରେ ଲାଗିଥିବା ପାଟ ସୂତା ସେବାୟତଙ୍କ ହାତରୁ ଖସିଯାଇଥିଲା। ଫଳରେ ଚାରମାଳ ଉପରୁ ପାଖାପାଖି ୪-୫ ହାତ ତଳକୁ ଖସିଯାଇଥିଲେ ବଳଭଦ୍ର।

ଫଳରେ ୧୦ ରୁ ଅଧିକ ସେବାୟତ ଆହତ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି। ସମସ୍ତ ସେବାୟତଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୀ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ତେବେ ଏହା ଏକ ଦୁର୍ଘଟଣା ମାତ୍ର। କେହି ଜାଣିଶୁଣି ଏଭଳି କରିନାହାନ୍ତି ବୋଲି ଜଣେ ସେବାୟତ କହିଛନ୍ତି। ଅନ୍ୟପଟେ ଏହା ସମଗ୍ର ଦେଶ ପାଇଁ ଅଶୁଭ ସଂକେତ। ବଡ଼ ଠାକୁର ମୁହଁ ମାଡ଼ି ପଡ଼ିବା ଏକ ବଡ଼ ଅଘଟଣର ଆଗୁଆ ସୂଚନା ବୋଲି ଜଣେ ବରିଷ୍ଠ ସେବାୟତ କହିଛନ୍ତି।