ମୁଖ୍ୟ ଖବର

ଦନ୍ତା ହାତୀର ଗୁଳିବିଦ୍ଧ ମୃତ ଦେହ ଠାବ, ଧାନଫସଲ ଖାଇବାକୁ ଆସିଥିବା ବେଳେ ହତ୍ୟା ସନ୍ଦେହ

By Angul TV Bureau

December 29, 2024

ଅନୁଗୁଳ: ଗୁଳିମାଡ଼ରେ ଗଲା ଦନ୍ତା ଜୀବନ। ଅନୁଗୁଳ ଜିଲ୍ଲା ମାଣିକଯୋଡ଼ି ପଞ୍ଚାୟତ ପୋକୁଣ୍ଡା ଠାରେ ଏକ ଦନ୍ତା ହାତୀର ଗୁଳିବିଦ୍ଧ ମୃତ ଦେହ ଠାବ ହୋଇଛି। ହାତୀର ବୟସ ୨୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଧାନ ଫସଲ ଖାଇବାକୁ ଆସିଥିବା ବେଳେ ତାକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତା ଦେହରେ ତିନିଟି ଗୁଳି ବାଜି ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି।

ଖବର ପାଇ ଘଟଣାସ୍ଥଳରେ ବନ ବିଭାଗର ଟିମ୍ ପହଞ୍ଚି ତନାଘନା ଆରମ୍ଭ କରିଛି। ତେବେ ହାତୀକୁ କିଏ ଗୁଳି ମାରିଛି ତାର ତଦନ୍ତ ଆରମ୍ଭ କରିଛି ବନ ବିଭାଗ। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ସତ୍ୟାସତ୍ୟ ଜଣାପଡ଼ିବ।