ଅନ୍ୟାନ୍ୟ

ଗୁରୁ ବନ୍ଦନା ଓ ଛାତ୍ର ଅଭିନନ୍ଦନ ସମାରୋହ

By Biswaranjan Pattnaik

February 13, 2026

ଅନୁଗୁଳ: ଭାରତ ବିକାଶ ପରିଷଦ ଅନୁଗୁଳ ଶାଖା ପକ୍ଷରୁ ସ୍ଥାନୀୟ ଟାଉନ ହାଇ ସ୍କୁଲ ପରିସରରେ ଗୁରୁ ବନ୍ଦନା ଓ ଛାତ୍ର ଅଭିନନ୍ଦନ ସମାରୋହ ଆୟୋଜିତ ହୋଇଯାଇଛି। ସଂସ୍ଥାର ସଭାପତି ଶିକ୍ଷାବିତ୍ ଶାନ୍ତନୁ କୁମାର ସରଙ୍କ ନିର୍ଦ୍ଦେଶନାରେ ସଭା ଆୟୋଜିତ ହୋଇଥିଲା। ନିଜ ଅଭିଭାଷଣରେ ଶ୍ରୀ ସର ଭାରତ ବିକାଶ ପରିସଦର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ଏକ ସମର୍ଥ ରାଷ୍ଟ୍ର ଗଠନ ପାଇଁ ଆହ୍ବାନ ଦେଇଥିଲେ। ଗୁରୁ ଶିଷ୍ୟ ପରମ୍ପରାରେ ବିଦ୍ୟାର୍ଥୀ ଶୃଙ୍ଖଳା ଓ ଅନୁଶାସନ, ତ୍ୟାଗ ଆଦି ସଦ୍ ଗୁଣାବଳି ଆହରଣ କରିଥାଏ ଯାହା ପରବର୍ତ୍ତୀ ସମୟରେ ରାଷ୍ଟ୍ର ଗଠନ ରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। 

ଅନ୍ୟତମ ଅତିଥି ଅବସରପ୍ରାପ୍ତ ଜଜ୍ ଦୁର୍ଗା ଶଙ୍କର ମିଶ୍ର ସଂସ୍କାର ଓ ଶୃଙ୍ଖଳା ବିନା ସଫଳତା ହାସଲ କରିହୁଏ ନାହିଁ ବୋଲି କହିଥିଲେ। ସମାରୋହରେ ଭାରତ ବିକାଶ ପରିଷଦ ପକ୍ଷରୁ ସମ୍ପାଦକ ବିଜୟ କୁମାର ମୋଦୀ ଉପସ୍ଥିତ ଥିଲାବେଳେ, ଅବସରପ୍ରାପ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଦୁର୍ଗା ଶଙ୍କର ମିଶ୍ର , ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅଳକା ସାହୁ, ସଂଗଠନର ଉପସଭାପତି ଭରତ ଗଡ଼ନାୟକ, ସଂସ୍କାର ପ୍ରମୁଖ ପ୍ରମୋଦ ନାୟକ ସଭାରେ ନିଜ ନିଜ ବକ୍ତବ୍ୟ ରଖିଥିଲେ।

ଶେଷରେ କମିଟି ପକ୍ଷରୁ ୪ ଜଣ ଶିକ୍ଷକ ଓ ୪ ଜଣ ଛାତ୍ରଛାତ୍ରୀଙ୍କୁ ସଭାରେ ମାନପତ୍ର ଓ ସ୍ମୃତି ଫଳକ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। କୃତୀ ଶିକ୍ଷକ ମାନେ ହେଲେ ଭଗବାନ ବେହେରା,ସାଗରିକା ପ୍ରଧାନ,ସଂଗ୍ରାମ କେଶରୀ ଗଡ଼ନାୟକ ଓ ମନସ୍ଵିନୀ ପ୍ରଧାନ।ସେହିପରି କୃତି ଛାତ୍ର ଛାତ୍ରୀ ହେଲେ ସରକାରୀ ବାଳିକା ବିଦ୍ୟାଳୟର ସୌମ୍ୟାଶ୍ରୀ ସାହୁ,ଅନୁଗୁଳ ହାଇସ୍କୁଲର ଅକ୍ଷୟ କୁମାର ସାହୁ,ଏସଭିଏମ୍ ନାଲକୋର ବିଶ୍ବରଂଜନ ବେହେରା ଏବଂ କୁମୁରିଶିଂହା ହାଇ ସ୍କୁଲର ଶିବାନନ୍ଦ ବିଶ୍ଵାଳ ।