ଅନ୍ୟାନ୍ୟ

ନାରାୟଣୀ ଇଞ୍ଜିନିୟରିଂ କଲେଜରେ ଗୁରୁ ଦିବସ ପାଳିତ

By Angul TV Bureau

September 05, 2023

ବଅଁରପାଳ: ସ୍ଥାନୀୟ ନାରାୟଣୀ ଇଞ୍ଜିନିୟରିଂ କଲେଜରେ ଆଜି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସରେ ଗୁରୁ ଦିବସ ପାଳିତ ହୋଇଛି। ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ତନ୍ମୟ କର, ନିର୍ଦ୍ଦେଶକ ତଥା ସମ୍ପାଦକ ବିଭୁଧେନ୍ଦୁ ବଳ ଓ ଅଧ୍ୟକ୍ଷା ରଶ୍ମିତାବାଳା ଗଡ଼ନାୟକ, ଡେପୁଟି ଡାଇରେକ୍ଟର ଦୀପକ କୁମାର ଦେହୁରୀ ପ୍ରମୁଖ ଯୋଗଦେଇ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନକୁ କିପରି ରାଗିଂ ମୁକ୍ତ କରିବା ଓ ଛାତ୍ରଛାତ୍ରୀମାନେ କିପରି ନିୟମିତ ଶ୍ରେଣୀରେ ଯୋଗ ଦେବେ ଏ ଅବସରରେ ସେ ନେଇ ଆଲୋଚନା ହୋଇଥିଲା।

ଶେଷରେ ଅଧ୍ୟକ୍ଷା ଶ୍ରୀମତୀ ଗଡ଼ନାୟକ ଛାତ୍ରଛାତ୍ରୀମାନେ କିପରି ଶିକ୍ଷକଙ୍କ ସହ ସୁ-ସମ୍ପର୍କ ସ୍ଥାପନ କରି ନିଜର ଅଧ୍ୟବସାୟ ଜାରି ରଖିବେ ତାହା ସୂଚାଇ ଦେଇଥିଲେ। ଶେଷରେ ଛାତ୍ର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।