ଅନ୍ୟାନ୍ୟ

ସମର୍ପଣ ଏକାଡେମୀରେ ଗୁରୁଦିବସ ପାଳିତ

By Sanjeeb Biswal

September 07, 2024

ଅନୁଗୁଳ: ସମର୍ପଣ ଏକାଡେମୀର ପ୍ରଗତିନଗର କ୍ୟାମ୍ପସ୍‌ରେ ମହାଆଡ଼ମ୍ବର ସହ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ଯକ୍ଷା ବୈଷ୍ଣବୀ ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ସେ ଗୁରୁ ଦିବସର ମହନୀୟତା ବିଷୟରେ ଆଲୋକପାତ କରିବା ସହିତ ସୁସମାଜ ତଥା ଭବିଷ୍ୟ ଗଠନରେ ଗୁରୁଙ୍କ ଗୁରୁତ୍ବପୂର୍ଣ ଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ। ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ନିରୋଦ କୁମାର ସାହୁ, ସହ ପରିଚାଳନା ନିର୍ଦ୍ଦେଶକ ପାର୍ଥସାରଥୀ ରାଉତ ଗୁରୁ-ଶିଷ୍ୟ ପରମ୍ପରା ଉପରେ ଆଲୋକପାତ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେଇଥିଲେ। ଛାତ୍ରୀ ନିହାରିକା ରାୱତ , ଆର ଶିଵାଲୀ ପ୍ରିୟଦର୍ଶିନୀ, ରୋନିତ ମିଶ୍ର, ଶ୍ରାବଣୀ ଶୁଭଦର୍ଶିନୀ ଗୁରୁ ଦିବସ ଅବସରରେ କବିତା ଓ ସଂଗୀତ ଆବୃତ୍ତି କରିଥିଲେ। ଛାତ୍ରୀ ଅନନ୍ୟା ଅନୁରାଗିଣୀ, ଲିପ୍ପା ପଣ୍ଡା, ଛାତ୍ର ଶୁଭମ ବେହେରା, ସ୍ୱୟଂଶିବାଂଶୁ ସାହୁ ଗୁରୁଦିବସ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀମାନେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବନ୍ଦାପଣା କରିବା ସହିତ କେକ୍ କାଟି ଦିବସକୁ ପାଳନ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ଛାତ୍ରୀ ଅଙ୍କିତା ଖଣ୍ଡୁଆଳ ଓ ସିଦ୍ଧି ବୈଷ୍ଣବୀ ପରିଚାଳନା କରିଥିଲେ। ଶିକ୍ଷକ ଭବାନୀ ଶଙ୍କର ସାହୁ, ନୀତିଶ ଚନ୍ଦ୍ର ବେହେରାଙ୍କ ସମେତ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।