ଅନ୍ୟାନ୍ୟ

ସମର୍ପଣ ଏକାଡେ଼ମୀରେ ଗୁରୁଦିବସ

By Angul TV Bureau

September 07, 2025

ଅନୁଗୁଳ: ଶିକ୍ଷକତା ଗୋଟିଏ ସର୍ବୋକୃଷ୍ଟ ଆଶାବାଦୀ ପେସା ଯେଉଁଠୁ ସମସ୍ତ ପେସା ସୃଷ୍ଟି ହୁଏ। ଏହା ପେସାଗତ ପିରାମିଡ଼ର ମୂଳଦୁଆ। ଆଉ ଗୁରୁଙ୍କର ମୁଖ୍ୟ କର୍ତ୍ତବ୍ୟ ହେଉଛି ଛାତ୍ରର ଅସ୍ଫୁଟ  ଶକ୍ତିର ଆକଳନ କରି ସେହି ଦିଗରେ ବିହିତ ଉପାୟ ଅବଲମ୍ବନ କରିବାକୁ ପ୍ରେରଣା ଦେବା। ଶୁକ୍ରବାର ସମର୍ପଣ ଏକାଡେ଼ମୀ ପକ୍ଷରୁ ସଭାଘର ଠାରେ ଅନୁଷ୍ଠିତ  ଗୁରୁଦିବସରେ ଅତିଥି ମାନେ ଏହି ମତବ୍ୟକ୍ତ କରିଛନ୍ତି।

ଅନୁଷ୍ଠାନର ଅଧକ୍ଷା ବୈଷ୍ଣବୀ ଦେଓଙ୍କ ସଭାପତିତ୍ତ୍ୱରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବୋର୍ଡ଼ ସଭାପତି ଡ଼ ଧରଣୀଧର ନାଥ, ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ତଥା ଅଲ ଓଡିଶା ଲୟର ଆସୋସିଏସନର କୋର କମିଟି ସଦସ୍ୟ ଭୂପେଶ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ରିଆମାଳ କଲେଜର ପୂର୍ବତନ ଅଧକ୍ଷ ମୋହିତ କୁମାର ନାଥ ଓ ସ୍ବେଛାସେବୀ  ପର୍ଶୁରାମ ଦାସ ଯୋଗଦେଇଥିଲେ। ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ଜ୍ୱଳନ କରି ଆରମ୍ବ କରିଥିଲେ। ଅନୁଷ୍ଠାନର ପରିଚାଳନା ନିର୍ଦ୍ଧେଶକ ନିରୋଦ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ।

ଏହି ଅବସସରେ ଅନୁଗୁଳ ବଅଁରପାଳ ବ୍ଲକ ନୂଆହତା ଗ୍ରାମର ଦିବ୍ୟାଙ୍ଗ ଶିକ୍ଷକ ଶୁଶାନ୍ତ କୁମାର ସାମଲଙ୍କୁ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ନୃତ୍ୟ ସଂଗୀତ ପରିବେଷଣ କରାଯାଇଥିଲା। ସ୍ବେଛାସେବୀ  ଶୁଶାନ୍ତ ତ୍ରିପାଠି ମଞ୍ଚ ପରିଚାଳନା କରିଥିଲେ। ଅନୁଷ୍ଠାନର ସହ ପରିଚାଳକ ପାର୍ଥ ସାରଥୀ ରାଉତ, ଏକାଡେ଼ମିକ କୋଅର୍ଡିନେଟର ଭବାନୀ ଶଙ୍କର ସାହୁ, ନୀତିଶ ଚନ୍ଦ୍ର ବେହେରା, ବରୁଣ ସାହୁ, ସଞ୍ଜୟ ସିଂ ସମେତ ସମସ୍ତ ଶିକ୍ଷକ, କର୍ମଚାରୀ, ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।