କଳା ଓ ସଂସ୍କୃତି

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳିତ, ଗୁରୁଙ୍କୁ ପୂଜି ଆଶୀର୍ବାଦ ନେଲେ ଛାତ୍ରଛାତ୍ରୀ

By Angul TV Bureau

July 03, 2023

ଅନୁଗୁଳ : ଆଷାଢ଼ ପୂର୍ଣ୍ଣିମା ତଥା ଗୁରୁ ବ୍ଯାସ ଦେବଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ଗାନ୍ଧୀ ମାର୍ଗ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ଛାତ୍ରଛାତ୍ରୀ ଗୁରୁଙ୍କୁ ପୂଜା କରି ଆଶୀର୍ବାଦ ଲୋଡ଼ିଥିଲେ।

ପରେ କୋଶଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ବିଶ୍ଵରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଗୁରୁ ପୂର୍ଣ୍ଣିମାର ଉଦ୍ଦେଶ୍ୟ ସହିତ ଭାରତୀୟ ସଂସ୍କୃତରେ ଗୁରୁ ପରମ୍ପରା ବିଷୟରେ ଅଭିଭାଷଣ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବଲାସିଂହା ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଧୀରେନ୍ ମିଶ୍ର ଉପସ୍ଥିତ ଥିଲେ। ବିଦ୍ୟାଳୟ ଉପସଭାପତି ସନ୍ତୋଷ କୁମାର ମୋଦି, ସମ୍ପାଦକ ଧନେଶ୍ୱର ନାୟକ, କୋଷାଧ୍ଯକ୍ଷ ସନ୍ତୋଷ କୁମାର ଶତପଥି ପ୍ରମୁଖ ଉପସ୍ଥିତ ରହି ଗୁରୁ ପୂର୍ଣ୍ଣିମା ଉଦ୍ଦେଶ୍ୟରେ ନିଜର ଭାଷଣ ପ୍ରଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଆଲୋକ ଭୋଇ ଅତିଥିଙ୍କ ପରିଚୟ ସହିତ ଏହି ଦିବସର ଆଭିମୁଖ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହ ପ୍ରଧାନ ଆଚାର୍ଯ୍ୟ ବିପ୍ରରଣ ଦାସ ସହିତ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ।