ଅନୁଗୋଳ: କିଶୋରନଗର ବ୍ଲକ୍ କସ୍ତୁରୀବାହାଳ ସ୍ଥିତ ବ୍ରେନ୍ ୱେଭ୍ ଶିକ୍ଷା ଅନୁଷ୍ଠାନରେ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ସନାତନ ଧର୍ମକୁ ଆଧ୍ୟାତ୍ମିକ ଜ୍ଞାନ ପ୍ରଦାନ କରିଥିବା ମହର୍ଷି ବେଦବ୍ୟାସଙ୍କ ଜନ୍ମ ଜୟନ୍ତୀ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଶିଷ୍ୟମାନେ ଗୁରୁଙ୍କ ପ୍ରତି ଶ୍ରଦ୍ଧା ଓ କୃତଜ୍ଞତା ଜଣାଇ ଏହି ଦିନକୁ ପାଳନ କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଦିବାକର ମାଝୀ, ସମ୍ମାନିତ ଅତିଥି ରମାକାନ୍ତ ପ୍ରଧାନ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦାମ ଚରଣ ପ୍ରଧାନ ଓ ବିଦ୍ୟାଳୟର ପ୍ରତିଷ୍ଠାତା ସତ୍ୟଜିତ ପ୍ରଧାନ ନିଜର ଅଭିଭାଷଣ ପ୍ରଦାନ କରି ଗୁରୁଙ୍କ ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ। ରୋହିତ ସାହୁ ସଭା ସଂଚାଳନ କରିଥିବା ବେଳେ ରାମ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ।