ଅନ୍ୟାନ୍ୟ

ବାଣୀରୂପା ଷ୍ଟଡି ସେଣ୍ଟରରେ ଗୁରୁ ଦିବସ

By Biswaranjan Pattnaik

September 05, 2025

ଅନୁଗୁଳ: ସ୍ଥାନୀୟ ଅମଲାପଡ଼ା ସ୍ଥିତ ବାଣୀରୂପା ଷ୍ଟଡି ସେଣ୍ଟରରେ ଗୁରୁ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ସେଣ୍ଟର ନିର୍ଦ୍ଦେଶକ ଶକ୍ତି ପ୍ରସାଦ ପଟ୍ଟନାୟକ, ସମସ୍ତ ଶିକ୍ଷକ ଏବଂ ସମସ୍ତ ବିଭାଗର ଅଧ୍ୟାପକ ମାନେ ଯୋଗ ଦେଇଥିଲେ। ଗୁରୁ ଦିବସ ଅବସରରେ ଛାତ୍ର ଛାତ୍ରୀ ମାନେ ଗୁରୁ ମାନଙ୍କୁ ପୁଷ୍ପ ଓ ଚନ୍ଦନ ଦେଇ ପୂଜା କରିବା ସହ ଯୁବ ସମାଜର ଭବିଷ୍ୟତ ଗଢିବାରେ ଗୁରୁଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ।

ଗୁରୁ ହେଉଛନ୍ତି ସାକ୍ଷାତ୍ ଈଶ୍ୱର, ତାଙ୍କର ମାର୍ଗଦର୍ଶନରେ ଶିଷ୍ୟ ମାନେ ସଫଳତାର ଶୀର୍ଷରେ ପହଞ୍ଚିଥାନ୍ତି।ଗୁରୁ ଦିବସ ଅବସରରେ ଉପସ୍ଥିତ ଶିକ୍ଷକ ମାନେ ଡ଼ା ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ।ପ୍ରତିଷ୍ଠାନର ନିର୍ଦ୍ଦେଶକ ଶକ୍ତି ପ୍ରସାଦ ପଟ୍ଟନାୟକ ଗୁରୁଙ୍କ ମହିମା ଅପାର ବୋଲି ଉଲ୍ଲେଖ କରିଥିଲେ।ଜୀବନରେ ଯେତେ ଝଡ଼ ଝଂଜା ଆସିଲେ ବି ଗୁରୁଙ୍କ ନୀତି ଆଦର୍ଶ ମଣିଷକୁ ସୁରକ୍ଷା ଦେଇଥାଏ।ଭାରତର ଭୂତପୂର୍ବ ରାଷ୍ଟ୍ରପତି ରାଧାକ୍ରିଷ୍ଣନଙ୍କ ହିନ୍ଦୁ ଧର୍ମ ଦର୍ଶନ ଓ ବିଚାରଧାରା କିଭଳି ସମଗ୍ର ବିଶ୍ଵକୁ ପ୍ରଭାବିତ କରିଥିଲା।ତାହା ଶ୍ରୀ  ପଟ୍ଟନାୟକ ବର୍ଣ୍ଣନା କରିଥିଲେ।ସେଣ୍ଟରର ହାଇସ୍କୁଲ ଓ ଯୁକ୍ତଦୁଇ ବିଜ୍ଞାନର ଛାତ୍ରଛାତ୍ରୀ ଓ ଅଭିଭାବକ ଗୁରୁ ଦିବସ ଅବସରରେ ଏକତ୍ରିତ ହୋଇଥିଲେ।