ଅନୁଗୁଳ: ସ୍ଥାନୀୟ ଅମଲାପଡାସ୍ଥିତ ଗୁରୁକୁଳ କ୍ଲାସେସ୍ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀମାନେ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୨୦୨୫-୨୬ ଶିକ୍ଷାବର୍ଷରେ ଅନୁଷ୍ଠାନରୁ ୨୨ ଜଣ ଛାତ୍ରଛାତ୍ରୀ ସିବିଏସଇ ଦଶମ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇ ଅନୁଷ୍ଠାନର ଯଶ ବଢାଇଛନ୍ତି। ସ୍ୱସ୍ତିକା ବେହେରା ୯୮.୨% ମାର୍କ ସହ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦେବଦତ୍ତ ମିଶ୍ର ୯୭.୩% ସହ ଦ୍ୱିତୀୟ ଏବଂ ସୁବ୍ରତ ବିଶ୍ୱାଳ ୯୬.୮% ସହ ତୃତୀୟ ସ୍ଥାନ ହାସଲ କରିଛନ୍ତି।
ଅନୁଷ୍ଠାନର ନିର୍ଦେଶକ ଶୁଭ୍ରଜିତ୍ ପ୍ରଧାନ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା, ଶୁଭକାମନା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ସଫଳତା ପାଇଁ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।