ଅନ୍ୟାନ୍ୟ

ଗୁରୁକୁଳ କ୍ଲାସେସର ପିକିନିକ୍ ଅନୁଷ୍ଠିତ

By Angul TV Bureau

December 10, 2025

ଅନୁଗୁଳ: ପମ୍ପାସରଠାରେ ଥିବା ଏକ ଫାର୍ମ ହାଉସ ପରିସରରେ ଗୁରୁକୁଳ କ୍ଲାସେସର ସମସ୍ତ ଛାତ୍ରଛାତ୍ରୀ ଆନନ୍ଦର ସହିତ ପିକିନିକ୍-୨୦୨୫ ପାଳନ କରିଛନ୍ତି। ଅନୁଷ୍ଠାନ ନିର୍ଦ୍ଦେଶକ ଶୁଭ୍ରଜିତ୍ ପ୍ରଧାନଙ୍କ ତତ୍ତ୍ବାବଧାନରେ ଏହି ପିକିନିକ୍ କାର୍ଯ୍ୟକ୍ରମକୁ ପରିଚାଳକ ଘନଶ୍ୟାମ ପାଳ  ପରିଚାଳନା କରିଥିଲେ। ଅନୁଷ୍ଠାନର ସିବିଏସ୍ଇ ଅନ୍ତର୍ଗତ ଷଷ୍ଠ ଶ୍ରେଣୀ ଠାରୁ ଦ୍ବାଦଶ ଶ୍ରେଣୀ (ବିଜ୍ଞାନ) ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ।

ଏହି ପିକିନିକରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସଙ୍ଗୀତ, ନୃତ୍ୟ, ଚିତ୍ରାଙ୍କନ,ଏକକ ଅଭିନୟ, ମିଜ୍ଯୁକ୍ ଚେୟାର, ବକ୍ତୃତା, ବ୍ୟାଡମିଣ୍ଟନ, ଭଲିବଲ,କବାଡି ଆଦି ପ୍ରତିଯୋଗିତାମାନ କରାଯାଇ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ସମବେତ ଭାବରେ ସୁସ୍ବାଦୁ ଭୋଜନ ସେବନ କରି ମହାଆନନ୍ଦ ସହକାରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଉକ୍ତ ପିକିନିକ୍ କାର୍ଯ୍ୟକ୍ରମର ସାଫଲ୍ଯ ନିମନ୍ତେ ଅନୁଷ୍ଠାନର ନିର୍ଦ୍ଦେଶକ ସମସ୍ତ ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।