ମୁଖ୍ୟ ଖବର

ଜିମ ମାଲିକ ଗିରଫ: ପୂର୍ବତନ ଟ୍ରେନରଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ

By Angul TV Bureau

February 07, 2026

ଅନୁଗୁଳ: ଅନୁଗୁଳ ସହରରେ ଜଣେ ଜିମ୍ ମାଲିକ ଟ୍ରେନରଙ୍କୁ ଅପହରଣ ସହ ବଳାତ୍କାର କରିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜିମ୍ ମାଲିକ ଆଶିଷ ମିଶ୍ର (୩୪)ଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିବାରୁ ପୋଲିସ ତାଙ୍କୁ ଗିରଫ କରିଛି।

ପୋଲିସ ସୂଚନା ଅନୁସାରେ, ପୀଡିତା ଯୁବତୀ ଉକ୍ତ ଜିମରେ ପୂର୍ବରୁ ଟ୍ରେନର ଭାବେ କାର୍ଯ୍ୟରତ ଥିଲେ। କିଛି ମାସ ପୂର୍ବରୁ କୌଣସି ବ୍ୟକ୍ତିଗତ କାରଣରୁ ଯୁବତୀ ଜିମ୍ ରୁ ଟ୍ରେନର ଚାକିରି ଛାଡ଼ି ଅନ୍ୟତ୍ର କାମ କରୁଥିଲେ। ଗୁରୁବାର ଦିନ ଅଭିଯୁକ୍ତ ପୀଡିତାଙ୍କ ରହୁଥିବା ସୌଭାଗ୍ୟ ନଗର ଅଞ୍ଚଳକୁ ପହଞ୍ଚି ତାଙ୍କୁ ଜୋରଜବରଦସ୍ତି ଗାଡ଼ିରେ ବସାଇ ଅପହରଣ କରି ଟିକରପଡାକୁ ନେଇଯାଇଥିଲେ ଏବଂ ଦୁଷ୍କର୍ମ କରିଥିଲେ। ପରେ ଯୁବତୀ ସୁଯୋଗ ପାଇ ଘଟଣାସ୍ଥଳରୁ ପଳାଇ ଆସି ଅନୁଗୁଳ ଟାଉନ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଏବଂ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରାଯାଇଛି। ଆଶିଷ ମିଶ୍ରଙ୍କ ବିରୋଧରେ ଦୁଷ୍କର୍ମ ଓ ଅପହରଣ ସହ ବିଭିନ୍ନ ଆଇନ ଧାରାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ଏବଂ ଘଟଣାର ଅଧିକ ତଦନ୍ତ ଚାଲିଛି।