ମୁଖ୍ୟ ଖବର

ହାବିଲଦାର, କନେଷ୍ଟବଳ ଅନୁଗୁଳ ଶାଖା ସଂଘର ନିର୍ବାଚନ: ଅଭୟ ସଭାପତି, ରଞ୍ଜନ ଉପସଭାପତି, ପୂର୍ଣ୍ଣଚନ୍ଦ୍ର ସମ୍ପାଦକ ଓ ଟୁକୁନା କୋଷାଧ୍ୟକ୍ଷ

By Angul TV Bureau

August 24, 2025

ଅନୁଗୁଳ: ଅନୁଗୁଳ ଜିଲା ହାବିଲଦାର, କନେଷ୍ଟବଳ ଶାଖା ସଂଘର ନିର୍ବାଚନ ଗତ ୨୩ ତାରିଖରେ ଅନୁଷ୍ଠିତ ହୋଇଥିଲା। ୨୦୨୫ ରୁ ୨୦୨୭ ପର୍ଯ୍ୟନ୍ତ ଏହି ସଂଘ କାର୍ଯ୍ୟକାରୀ ହେବାକୁ ଥିବା ବେଳେ ୪ଟି ଦଳ ଏଥିରେ ପ୍ରତିଦ୍ୱନ୍ଦୀତ୍ୱ କରିଥିଲେ। ଗତ କାଲି ହୋଇଥିବା ଏହି ସଂଘ ନିର୍ବାଚନରେ ଅଭୟ କୁମାର ସାମଲ ସଭାପତି ହୋଇଥିବା ବେଳେ ରଞ୍ଜନ ପ୍ରଧାନ ଉପସଭାପତି ଭାବେ ନିର୍ବାଚିତ ହୋଇଥିଲେ।

ପୂର୍ଣ୍ଣଚନ୍ଦ୍ର କିଷାନ ସମ୍ପାଦକ,ଗୁରୁଦେବ ସାହୁ,ଅଶୋକ କୁମାର ପଲେଇ ସହ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। କୋଷାଧ୍ୟକ୍ଷ ଭାବେ ଟୁକୁନା ସାହୁ ଏବଂ କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବେ ଅଲେଖ ସାହୁ, ଅଟଳ ବିହାରୀ ନାୟକ,ପ୍ରମିଳା ମାଝୀ, ମଞ୍ଜନ କୁମାର ନାୟକ,ରୋହିତ କୁମାର ମାଝୀ ପ୍ରମୁଖ ନିର୍ବାଚିତ ହୋଇଛନ୍ତି।