ଘଟଣା ଓ ଦୁର୍ଘଟଣା

ହଜାରେ ଟଙ୍କା ପାଇଁ ଡ୍ରାଇଭରଙ୍କୁ ହାଣିଲେ

ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

By Angul TV Bureau

September 22, 2021

ଅନୁଗୁଳ (Jugal Kishore Sahoo): ମାତ୍ର ହଜାରେ ଟଙ୍କା ପାଇଁ ମଙ୍ଗଳବାର ବିଳମ୍ବିତ ରାତିରେ ୩ ଜଣ ଦୁର୍ବୃ ଜଣେ ଡ୍ରାଇଭରଙ୍କ ହାତକୁ ହାଣି ଦେଇଛନ୍ତି। ପୁଲିସ ଗୁରୁତର ଅବସ୍ଥାରେ ଡ୍ରାରଭରକୁ ଉଦ୍ଧାର କରି କଟକ ସ୍ଥାନାନ୍ତର କରିଛି ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବାବେଳେ ପୁଲିସ ଛାନଭିନ୍ ଚଳାଇଛି l ସୂଚନା ମୁତାବକ,ଅନୁଗୁଳ ଜିଲ୍ଲା ଗୋଡ଼ିବନ୍ଧରୁ କଣିହାଁ ଦେଇ ୫୩ ନମ୍ବର ଜାତୀୟ ରାଜପଥରେ ପ୍ରତିଦିନ ରାତି ସାଢେ ୧୦ପରେ ଶହ ଶହ କୋଇଲା ଟ୍ରକ ଡେରେଙ୍ଗ ସ୍ଥିତ ଜେଆଇଟିପିଏଲକୁ ଯାଇଥାଏ । ତେବେ ମଙ୍ଗଳବାର ରାତି ପ୍ରାୟ ସାଢେ ୧୨ ଟା ସମୟରେ ଏକ କୋଇଲା ଗାଡ଼ି (ଓଆର୦୫ ଡବ୍ଲ୍ୟୁ-୫୫୧୫) ଏନଟିପିସି ଟାଉନ ଥାନ। ଅଧିନ କାଣ୍ଡସର ଜାତୀୟ ରାଜପଥ ରାସ୍ତାକଡ଼ରେ ଛିଡ଼ା ହୋଇଥିବାବେଳେ ଅନ୍ୟ ସବୁ ଗାଡ଼ି ଗନ୍ତବ୍ୟ ସ୍ଥଳକୁ ଯାଇଥିଲେ । ତେବେ ଏହି ଗାଡ଼ି କଣ ପାଇଁ ଛଡ଼ା ହୋଇଛି ତାର କାରଣ ଜାଣିବାକୁ କମ୍ପାନୀ ଗାଡ଼ି ସେଠାରେ ପହଞ୍ଚିଥିଲା । ଏହି ସମୟରେ ଡ୍ରାଇଭରଙ୍କ ଡାହାଣ ହାତ ହଣାଯାଇଥିବାବେଳେ ସେ ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ ।ପରବର୍ତ୍ତୀ ସମୟରେ ନିୟୋଜିତ ୨ ହୋମଗାର୍ଡ଼ ପହଞ୍ଚି ଗୁରୁତର ଡ୍ରାଇଭର ମୁନା ସାହୁ (୪୦)ଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରି କଣିହାଁ ଡ଼ାକ୍ତରଖାନା ନେଉଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରିଥିଲେ । ତେବେ ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ଅନୁଗୁଳ ଏବଂ ସେଠାରୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ଡ୍ରାଇଭରଙ୍କ କହିବା ଅନୁଯାୟୀ ୩ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କୁ ହଜାରେ ଟଙ୍କା ମାଗିଥିଲେ । ତେବେ ତାଙ୍କ ପାଖରେ ୫୦୦ ଟଙ୍କା ଅଛି ନିଅ ବୋଲି କହିବା ପରେ ସେମାନେ ନନେଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଭୁଜାଲିରେ ତାଙ୍କ ମଥାକୁ ଏକ ଚୋଟ ଏବଂ ହାତକୁ ହାଣି ଦେଇ ପଳାଇଥିଲେ। ପୁଲିସ ପାଖରେ କୌଣସି ଲିଖିତ ଅଭିଯୋଗ ହୋଇନଥିବାବେଳେ ଗାଡ଼ି ମାଲିକ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଥିଲେ । ପୁଲିସ ପୁରୁଣା ମାମଲାରେ ଜଡ଼ିତ ଜଣେ ଅଭିଯୁକ୍ତଙ୍କୁ ଉଠାଇ ନେଇ ଘଟଣାର ଛାନଭିନ୍ ଚଳାଇଛି । ଟ୍ରକ ମାଲିକ ଡେରା ଅଞ୍ଚଳର ହୋଇଥିବାବେଳେ ଡ୍ରାଇଭରଙ୍କ ଘର ବଅଁରପାଳ ଅଂଚଳରେ ବୋଲି ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି । ଏନେଇ ବୁଧବାର ରାତି ସାଢେ ୯ଟା ସୁଦ୍ଧା ଏନଟିପିସି ଟାଉନ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଥାନା ସୂତ୍ରରୁ ପ୍ରକାଶ ।