ମୁଖ୍ୟ ଖବର

ସ୍ଵୟଂ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହନ ନିମନ୍ତେ ହାତ ଯନ୍ତ୍ର ଓ ବୈଦ୍ୟୁତିକ ଯନ୍ତ୍ରାଂଶ ବିତରଣ

By Angul TV Bureau

December 27, 2025

ଅନୁଗୁଳ: ଜରପଡା ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହନ କରିବା ନିମନ୍ତେ ହାତ ଯନ୍ତ୍ର ଓ ବୈଦ୍ୟୁତିକ ଯନ୍ତ୍ରାଂଶ ବିତରଣ କରାଯାଇଛି। ଏଥିସହିତ ଧନ୍ଦାମୂଳକ ଶିକ୍ଷା ଓ ବୃତ୍ତିଗତ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହାକୁ ଅନୁଗୁଳ ବନଖଣ୍ଡ ଅଧିକାରୀ ଆୟୋଜନ କରିଥିବା ବେଳେ ଆମ ଜଙ୍ଗଲ ଯୋଜନା ପ୍ରକଳ୍ପ, ସହଯୋଗ କରିଥିଲେ। ନୂତନ ଭାବରେ ଗଢ଼ା ହୋଇଥିବା ଜରପଡା ରେଞ୍ଜସ୍ଥିତ ଶିକାର ନିରୋଧ ଗୃହକୁ ଅତିଥି ମାନଙ୍କ କରକମଳରେ ଉଦ୍‌ଘାଟନ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବରେ ଛଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ସମ୍ମାନୀତ ଅତିଥି ଭାବରେ ଅନୁଗୁଳ ବନଖଣ୍ଡ ଅଧିକାରୀ ନିତିଶ କୁମାର, ପରିକ୍ଷଣାତ୍ମଳ ସରକାରୀ ବନ ସଂରକ୍ଷକ ସିଦ୍ଧିର୍ଥ ଜୈନ (ଅନୁଗୁଳ ବନଖଣ୍ଡ), କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୋମିନି ସୁଦିପ୍ତ ଗଡ଼ନାୟକ, ଜରପଡ଼ା ଜୋନର ବିଜେପି ମଣ୍ଡଳ ସଭାପତି ଜୀବନାନନ୍ଦ ସାହୁ, ଜରପଡା ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ନାଏକ, ଫରେଷ୍ଟର ବସନ୍ତ ଗଡ଼ନାୟକ, ଉପସ୍ଥିତ ଥିଲେ। ଏଥିରେ ଭିଏସ୍ଏସ୍ ର ୨୬ଟି ଏସ୍ଏଚଜି ଗ୍ରୁପକୁ ଯନ୍ତ୍ରଚାଳିତ ଖଲି ଚଉପତି ମେସିନ, ଡାଲି ମେସିନ, ଧୂପକାଠି ମେସିନ, ବିରି ଗ୍ରାଇଣ୍ଡିଙ୍ଗ ମେସିନ, ପାମ୍ପଡ ମେସିନ,ଟେଲର ମେସିନ ଇତ୍ୟାଦି ପ୍ରଦାନ କରିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଏସ୍ଏଚଜି ତରଫରୁ ଶିକ୍ଷାଦାନ କରିଥିବା ବିୟୁଟି ପାର୍ଲର, ଟେଲରିଙ୍ଗ ଏବଂ ଏସ୍ଏଚଜି ମାନେ ନିଜସ୍ଵ ତିଆରି କରିଥିବା ଧୂପକାଠି, ଝୁଣା, ମହୁ,ଖଲି ଚଉପତି, ଖାଦ୍ୟଜିନିଷ ଇତ୍ୟାଦି ଷ୍ଟଲ ମାଧ୍ୟମରେ ବିକ୍ରୟ କରିଥିଲେ। ଏହାକୁ ଜରପଡ଼ା ବନାଞ୍ଚଳର ସମସ୍ତ କର୍ମଚାରୀଙ୍କ ସମେତ କହ୍ଲେଇ ସାହୁ, ଜିତେନ୍ଦ୍ର ପ୍ରଧାନ, ସୁଜିତ କୁମାର, ବାଙ୍କନିଧି ଦାସ ପ୍ରମୁଖ ସହଯୋଗ କରିଥିଲେ।