ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଯୋଗିପଥର ନିକଟରୁ ବୁଧବାର ଦିନ ହଣ୍ଡପା ପୋଲିସ ଚୋରାଚାଲାଣ ହେଉଥିବା ୨୮ କେଜି ଗଞ୍ଜେଇ ଜବତ କରିଛି। ଚାଲାଣରେ ସମ୍ପୃକ୍ତ ଥିବା ୩ ଜଣ ବ୍ୟବସାୟୀଙ୍କୁ ହଣ୍ଡପା ଆଇଆଇସି ନମିତା ନାୟକ ଗିରଫ କରିଛନ୍ତି। ସେମାନେ ହେଲେ ବାଗେଡ଼ିଆ ଥାନା ଜୟପଙ୍ଗା ଗ୍ରାମର ଯୁଗଳ କିଶୋର ପ୍ରଧାନ, ଖମାର ଅଞ୍ଚଳର ଜଗବନ୍ଧୁ ନାଥ, ରତିକାନ୍ତ ଡାକୁଆ। ସେମାନଙ୍କ ନାମରେ ନମ୍ବର ୨୧୦/୨୫ ରେ ଏକ ମାମଲା ରୁଜୁ କରି ଗୁରୁବାର ଦିନ ଆଠମଲ୍ଲିକ କୋର୍ଟକୁ ଚାଲାଣ କରିଛି।
ପୁଲିସ କହିଛି ଯେ, ଉଭୟ ୩ ଜଣ ଦୁଇଟି ବାଇକ ନମ୍ବର (ଓଆର ୧୯ ଏଚ୍ ୨୭୨୮) ଓ (ଓଡି ୧୯ ଡବ୍ଲ୍ୟୁ୯୭୭୪) ଯୋଗେ ୨୮ କେଜି ଗଞ୍ଜେଇ ବୌଦ୍ଧ ଅଞ୍ଚଳରୁ ବୋଝେଇ କରି ଛେଣ୍ଡିପଦା ଅଞ୍ଚଳ ଯାଉଥିଲେ। ଚାଲାଣ ସମ୍ପର୍କରେ ଖବର ପାଇ ଆଇଆଇସିଙ୍କ ନେତୃତ୍ବରେ ଏକ ଟିମ୍ ଯୋଗିପଥର ଅଞ୍ଚଳରେ ଉଭୟ ୨ ଟି ଗାଡ଼ିକୁ ଅଟକାଇ ଗଞ୍ଜେଇ ଜବତ କରିଥିଲେ। ଏଥିସହ ତାଙ୍କ ନିକଟରୁ ୩ଟା ମୋବାଇଲ ସହ ୧୫ ହଜାର ୮୦୦ ଟଙ୍କା ଜବତ କରାଯାଇଥିବା ଆଇଆଇସି ନମିତା ନାୟକ ସୂଚନା ଦେଇଛନ୍ତି।