ଘଟଣା ଓ ଦୁର୍ଘଟଣା

ନିର୍ମାଣାଧୀନ କ୍ବାର୍ଟରରେ ଝୁଲନ୍ତା ଶବ ହତ୍ୟା ନା ଆତ୍ମହତ୍ୟା !

By Biswaranjan Pattnaik

December 19, 2022

ଅନୁଗୁଳ: ଅନୁଗୁଳ ମେଡିକାଲର ନିର୍ମାଣାଧୀନ କ୍ୱାର୍ଟର ଭିତରୁ ଆଜି ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି। ଯୁବକଙ୍କ ନାମ ଫଗୁ ମହନ୍ତ ବୋଲି ପ୍ରାଥମିକ ସୂଚନା ମିଳିଛି।

ତା ଘର ଦେବଗଡ ବାରକୋଟ ଅଞ୍ଚଳରେ ବୋଲି ଜଣାପଡିଛି। ସେ ଦୁଇ ମାସ ହେବ ଏଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା। ତେବେ ଆଜି ଅପରହ୍ନରେ ଫଗୁ ଆତ୍ମହତ୍ୟା କରିଥିବା ନେଇ ପୋଲିସକୁ ସୂଚନା ଦିଆ ଯାଇଥିଲା। ପୋଲିସ ଶବକୁ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ଅନୁଗୁଳ ଡାକ୍ତର ଖାନାରେ ଭର୍ତି କରାଇଛି।ଏକ ଠିକା କମ୍ପାନୀ ଦ୍ୱାରା ମେଡିକାଲର ଏହି କ୍ୱାର୍ଟର ନିର୍ମାଣ କରାଯାଉଛି ।