ଘଟଣା ଓ ଦୁର୍ଘଟଣା

ଶାଳବଣିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାଲି କାମ କରିବାକୁ କହି ଘରୁ ବାହାରିଥିଲେ

By Angul TV Bureau

March 15, 2024

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ନୂଆ ବାଇପାସ୍ ଶାଳବଣି ଅଞ୍ଚଳରେ ଥିବା ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ।

ସୂଚନା ମୁତାବକ, ବେନ୍ତପୁର ପଞ୍ଚାୟତର ମୁଣ୍ଡହତାର ବସନ୍ତ ନାଏକଙ୍କ ପୁଅ ବଳିଆ ନାଏକ (୨୨) ଗତ କାଲି ସନ୍ଧ୍ୟା ସମୟରୁ କାମ କରିବାକୁ ଘର ବାହାରକୁ ଯାଇଥିଲେ। ଆଜି ସକାଳେ ନୂଆ ବାଇପାସ୍ ଶାଳବଣି ଅଞ୍ଚଳରେ ଥିବା ଏକ ଜମ୍ବୁ ଗଛରେ ବଳିଆ ଙ୍କ ମୃତ ଦେହ ଝୁଲି ରହିଥିବା ଅଞ୍ଚଳବାସୀ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପରିବାର ଲୋକ ପହଞ୍ଚି ସଦର ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି।