ଅନ୍ୟାନ୍ୟ

ଅନୁଗୁଳ ଜିଲ୍ଲା କାରାଗାରରେ ଅନ୍ତେବାସୀଙ୍କ ପାଇଁ ସୁଖୀ ଜୀବନଯାପନ କର୍ମଶାଳା, ସମାଜର ଉନ୍ନତିରେ ନିଜକୁ ସାମିଲ କରିବାକୁ ପରାମର୍ଶ

By Angul TV Bureau

April 23, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ କାରାଗାରରେ ଜେସିଆଇ ତାଳଚେର ଶାଖା ପକ୍ଷରୁ ଅନ୍ତେବାସୀଙ୍କ ସୁଖୀ ଜୀବନଯାପନ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି। କର୍ମଶାଳାରେ ଜେସିଆଇର ଜାତୀୟ ପ୍ରଶିକ୍ଷକ ଅର୍ ଏସ ଭି କ୍ରିଷ୍ଣା ଜୀବନର ମୂଲ୍ୟବୋଧ ଉପରେ ଆଲୋଚନା କରିଥିଲେ। ଜୀବନରେ ସବୁବେଳେ ସମସ୍ତଙ୍କୁ ଦ୍ୱିତୀୟ ସୁଯୋଗ ମିଳିଥାଏ। ଏଣୁ କାରାଗାରରୁ ମୁକ୍ତ ହେଲାପରେ ଅନ୍ତେବାସୀ ଜାତୀୟ ସ୍ରୋତରେ ସାମିଲ ହୋଇ ସୁସ୍ଥ ସମାଜ ଗଠନ ଦିଗରେ ନିଜକୁ ସାମିଲ କରିବା ପାଇଁ ଏ ଅବସରରେ ପରାମର୍ଶ ଦିଆଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ କାରାଗାରର ଅଧୀକ୍ଷକ ସୁଚିତ୍ରା ଦାସ, ଜେଲର ଶୁଭସ୍ମିତା ବିଶ୍ବାଳ, କାରାଗାରର ମଙ୍ଗଳ ଅଧିକାରୀ ସୌଭାଗ୍ୟ ରଞ୍ଜନ ବେଉରିଆ, ଚିକିତ୍ସକ ଡଃ ଚିରଞ୍ଜିବୀ ପ୍ରଧାନ, ଶିକ୍ଷକ ସନାତନ ଖୁଲାର, ଜେସିଆଇ ସଭାପତି ଦୀପ୍ତି ରଞ୍ଜନ ବିଶ୍ବାଳ, ଉପଦେଷ୍ଟା ଡଃ ରଶ୍ମିରଞ୍ଜନ ମିଶ୍ର, ପୂର୍ବତନ ସଭାପତି ବାସୁଦେବ ସାହୁ, ମନିଷ ଅର୍ଗ, ପ୍ରକଳ୍ପ ନିର୍ଦ୍ଦେଶକ ବବିତା ଅଗ୍ରୱାଲ, ଉପସଭାପତି ଲିପିକା ମିଶ୍ର, ଜିତେନ୍ଦ୍ର ଅଗ୍ରୱାଲ, ସୁମିତ୍ ଅଗ୍ରୱାଲ, ରିଶିକା ଅଗ୍ରୱାଲଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।