ମୁଖ୍ୟ ଖବର

ହରିମହୁରି ଛକ-ମିଶ୍ରପଡ଼ା ରାସ୍ତା ସାମୟିକ ବନ୍ଦ

By Biswaranjan Pattnaik

September 13, 2025

ଅନୁଗୁଳ: ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ନିକଟସ୍ଥ ପୋଖରୀରୁ ପାଣି ଉଚ୍ଛୁଳି ରାସ୍ତାରେ ଯିବା ଦ୍ଵାରା ରାସ୍ତା ଖରାପ ହେବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏଣୁ ଉକ୍ତ ସ୍ଥାନରେ ଦୁଇ ଗୋଟି ହୋମ ପାଇପ କଳ୍ଭଟ୍ ନିର୍ମାଣ ପାଇଁ ପ୍ରଶାସନ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିବାରୁ ହରି ମହୁରୀ ଛକ-ମିଶ୍ରପଡା ରାସ୍ତାକୁ ଆସନ୍ତା ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ବନ୍ଦ ରଖା ଯାଇଛି। ଯାତ୍ରୀ ମାନେ ହରି ମହୁରୀ ଛକରୁ ଜଗନ୍ନାଥ ମନ୍ଦିର ବିଏଡ କଲେଜ୍ ଛକ ଦେଇ ମିଶ୍ରପଡ଼ାକୁ ଯାତାୟାତ କରିପାରିବେ। ଅନୁଗୁଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି ସାମୟିକ ରୋଡ ବ୍ଲକ୍ କରାଯାଇଅଛି।