ଅନୁଗୁଳ : ଅନୁଗୁଳ ଜିଲ୍ଲା ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧରମପୁର ଗ୍ରାମ ପଞ୍ଚାୟତର ବିହାରୀପୁର ଗ୍ରାମ ଠାରେ ସହିଦ୍ ରଞ୍ଜନ କବାଡି ଆସୋସିଏସନ୍ ପକ୍ଷରୁ ୧୧ ତମ ହରିଶ୍ଚନ୍ଦ୍ର ମେମୋରିଆଲ ରାଜ୍ୟସ୍ତରୀୟ ପୁରୁଷ ଓ ମହିଳା କବାଡି ପ୍ରତିଯୋଗିତା ଆରମ୍ଭ ହୋଇଛି।
ଏ ଅବସରରେ ତାଳଚେର ଟାଉନ ହଲ ମା’ ହିଙ୍ଗୁଳା ମନ୍ଦିର ଠାରୁ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ଖେଳକୁ କିପରି ଖେଳୁଆଡ଼ ମନୋଭାବ ନେଇ ଖେଳିବା ସହ ଶୃଙ୍ଖଳିତ ଆଚରଣ କରିବା ଆବଶ୍ୟକ ତାହାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଏହା ୨୫, ୨୬, ୨୭ ତିନିଦିନ ଧରି ଚାଲିବ ବୋଲି ଆୟୋଜକ ତଥା ତାଳଚେର ସହିଦ ରଞ୍ଜନ କବାଡି ଆସୋସିଏସନର ସଭାପତି ବ୍ରଜକିଶୋର ପ୍ରଧାନ ସୂଚନା ଦେଇଛନ୍ତି।