ଘଟଣା ଓ ଦୁର୍ଘଟଣା

ନକଲି ଡାକ୍ତରଙ୍କ ଦଲାଲ ଧରାପଡି ହଟହଟା

By Biswaranjan Pattnaik

September 30, 2022

ଅନୁଗୁଳ: ଅନୁଗୁଳ ସହରରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢୁଥିବା ବେଳେ ନିରୀହ ରୋଗୀ ଏମାନଙ୍କ ଯୋଗୁଁ ସର୍ବସ୍ୱାନ୍ତ ହେବା ସହ ଗୁରୁତର ହେଉଛନ୍ତି। ଏହି ନକଲି ଡାକ୍ତର ଦଲାଲ ମାନରଖି ରୋଗୀଙ୍କୁ ଅନ୍ୟ ଡାକ୍ତରଙ୍କ କ୍ଲିନିକରୁ ନେଇ ଯାଉଛନ୍ତି। ଏଭଳି ଅଭିଯୋଗ ଗତ କିଛି ଦିନ ଧରି ହେଉଥିବା ବେଳେ ଆଜି ସକାଳେ ଜଣେ ଦଲାଲ ଡାକ୍ତର ଦୀପକ ଗଡନାୟକଙ୍କ କ୍ଲିନିକକୁ ଆସିଥିବା ଜଣେ ରୋଗୀଙ୍କୁ ଫୁସୁଳାଇ ଅନ୍ୟ ନକଲି ଡାକ୍ତରଙ୍କ କ୍ଲିନିକକୁ ନେବାପାଇଁ ଉଦ୍ୟମ କଲାବେଳେ ରୋଗୀଙ୍କ ସମ୍ପର୍କୀୟ ଓ କ୍ଲିନିକ କର୍ମଚାରି ତାକୁ ମାଡି ବସିଥିଲେ ତେବେ ଡାକ୍ତରଙ୍କ ଦୟାରୁ ଦଲାଲକୁ ତାଗିଦ କରାଯାଇ ଛାଡି ଦିଆଯାଇଥିଲା ।