ଅନ୍ୟାନ୍ୟ

କଂଗ୍ରେସ ପକ୍ଷରୁ ଜାନୁଆରୀ ୨୬ ତାରିଖରୁ ହେବାକୁ ଥିବା ହାତକୁ ହାତ ଯୋଡ଼ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

By Angul TV Bureau

December 24, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆସନ୍ତା ଜାନୁଆରୀ ୨୬ ରୁ ଆରମ୍ଭ ହେବାକୁ ଥିବା ହାତକୁ ହାତ ଯୋଡ଼ କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଶନିବାର ସ୍ଥାନୀୟ କଂଗ୍ରେସ ଭବନରେ ଜିଲ୍ଲା ସଭାପତି ବିପ୍ଲବ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି।

ବୈଠକରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠିର ଜେନା ଓ ପ୍ରଦେଶ କଂଗ୍ରେସ କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ କଂଗ୍ରେସ କର୍ମୀଙ୍କୁ ଆହ୍ବାନ ଦେଇଥିଲେ। ନିଖିଳ ଭାରତ କଂଗ୍ରେସ କମିଟିର ନବ ନିଯୁକ୍ତ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଆହ୍ବାନ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହେବାକୁ ଥିବା ହାତକୁ ହାତ ଯୋଡ଼ କାର୍ଯ୍ୟକ୍ରମ ପାଇଁ ବୁଥ ସ୍ତରରୁ ଆରମ୍ଭ କରି ବ୍ଲକ, ଜିଲ୍ଲା, ପ୍ରଦେଶ ସ୍ତରରେ ଏହାକୁ ବ୍ୟାପକ କରିବା ପାଇଁ ସଂକଳ୍ପ ନିଆଯାଇଛି।

କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତା, ବ୍ଲକ କଂଗ୍ରେସ ସଭାପତି, ଛାମୁଆ ସଂଗଠନର ସଭାପତି ଓ କର୍ମକର୍ତ୍ତା, ବିଭିନ୍ନ ସେଲର ଅଧ୍ୟକ୍ଷ ଓ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେବାକୁ ଆହ୍ୱାନ କରାଯାଇଛି।