ଘଟଣା ଓ ଦୁର୍ଘଟଣା

ସ୍କୁଲ ବନ୍ଦକରି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ମାଡ଼, ୬ ମହିଳା ଗିରଫ

By Angul TV Bureau

December 03, 2021

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଉଚ୍ଚ ବିଦ୍ୟାଳୟରେ ତାଲା ପାକାଇ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଗାଳିଗୁଲଜକରି ମାଡ଼ ମାରିବା ଅଭିଯୋଗରେ ୬ ଜଣ ମହିଳାଙ୍କୁ ଗିରଫ କରିଛି ପୁଲିସ। ସୂଚନା ଯେ, ବଳରାମପ୍ରସାଦ ଗାଁର ଅନ୍ନପୂର୍ଣ୍ଣା ଅମାନ୍ତ, ସବିତା ବାରିକ, ଶ୍ରଦ୍ଧାଞ୍ଜଳୀ ନାୟକ, ରେବତୀ ବେହେରା, ମୁନୀ ବେହେରା ଓ ମମତା ମହାପାତ୍ର ଗୁରୁବାର ସକାଳେ ଉଚ୍ଚ ବିଦ୍ୟାଳୟ ଫାଟକରେ ତାଲାପକାଇ ବିଦ୍ୟାଳୟ ଭିତରକୁ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଛାଡ଼ିନଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଦୁର୍ନୀତି କରୁଛନ୍ତି। ତେଣୁ ତାଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରାଯାଉ। ତେବେ ଏହି ସମୟରେ ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁ ବେହେରା ସେଠାରେ ପହଞ୍ଚିବାରୁ ମହିଳାମାନେ ତାଙ୍କୁ ଟଣା ଓଟରାକରି ବାଡ଼ିଆପିଟା କରିବାସହ ଗାଳି ଗୁଲଜ କରିଥିଲେ। ଏ ନେଇ ପ୍ରଧାନ ଶିକ୍ଷୟତ୍ରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜକରି ୬ ଜଣ ମହିଳାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।