ଅନ୍ୟାନ୍ୟ

ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଠମଲ୍ଲିକ ଉପକାରାଗାରରେ ସ୍ବାସ୍ଥ୍ୟ ଶିବିର

By Angul TV Bureau

December 13, 2022

ଅନୁଗୁଳ: ଆଜି ଅନୁଗୁଳ ଆଇନସେବା ପ୍ରାଧିକରଣ ପକ୍ଷରୁ ସଚିବ ଏସ୍.ଶୁଭଲକ୍ଷ୍ମୀଙ୍କ ଅଧ୍ୟକ୍ଷତାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟର ମିଳିତ ସହଯୋଗରେ ଆଠମଲ୍ଲିକ ଉପକାରଗାର ପରିସରରେ ଏକ ସ୍ଵାସ୍ଥ୍ୟ ଶିବିର ଆୟୋଜିତ ହୋଇଛି। ଶିବିରରେ କାରାଗାର ଅନ୍ତେବାସୀଙ୍କର ଚକ୍ଷୁ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ଏହି ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ନୀଳମାଧବ ପ୍ରଧାନ, ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟର ଔଷଧ ବିଶେଷଜ୍ଞ।ଡାକ୍ତର ଦେବାଶିଷ ଭଞ୍ଜ, ଉପକାରଗାର ଆଠମଲ୍ଲିକର ଉପଅଧୀକ୍ଷକ କ୍ଷେତ୍ରମଣି ନାଏକ, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର କର୍ମଚାରୀ ଛଇଳ କୁମାର ମଲ୍ଲିକ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମଚାରୀମାନେ ଉପସ୍ଥିତ ଥିଲେ।