ଅନ୍ୟାନ୍ୟ

ସ୍ବାସ୍ଥ୍ୟ ସଚେତନତା ସଭା: ସ୍ବାସ୍ଥ୍ୟର ପାଞ୍ଚଟି ମୌଳିକ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ

By Angul TV Bureau

February 16, 2025

ଅନୁଗୁଳ: ଭାରତୀୟ ପ୍ରୌଢ଼ ଶିକ୍ଷା ସଂଘ ଓ ୟୁନିଅନ ବ୍ୟାଙ୍କ ମିଳିତ ପ୍ରୟାସରେ ସ୍ଥାନୀୟ ସ୍ୱଧାର ଗୃହ ପରିସରରେ ସ୍ବାସ୍ଥ୍ୟ ସଚେତନତା ସଭା ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବରେ ଅନୁଗୁଳର ବରିଷ୍ଠ  ଆୟର୍ବେଦିକ ଚିକିତ୍ସକ ଡାକ୍ତର ସତ୍ୟନାରାୟଣ ସିଂହ ସାମନ୍ତ ଯୋଗ ଦେଇ ଖାଦ୍ୟ, ପାନୀୟ, ପରିମଳ ଏବଂ ମଣିଷ ସୁସ୍ଥ ରହିପାରିବ ପାଇଁ ଉଦ୍ଭିଦ ନିହାତି ଆବଶ୍ୟକ। ତେଣୁ ସମସ୍ତେ ସେଥିପ୍ରତି ଗୁରୁତ୍ୱ ଦେବା ଦରକାର ବୋଲି କହିଥିଲେ।

ସମ୍ମାନିତ ଅତିଥିଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ କଲ୍ୟାଣ କିଶୋର ମହାନ୍ତି ସ୍ବାସ୍ଥ୍ୟର ପାଞ୍ଚଟି  ମୌଳିକ କାର୍ଯ୍ୟ ଯଥା: ଶୁଦ୍ଧ ଜଳ ପିଇବା, ଆଖପାଖ ପରିବେଶ ସଫା ରଖିବା, ବ୍ୟକ୍ତିଗତ ପରିଚ୍ଛନ୍ନତା ରଖିବା, ସଜ ତଟକା ଖାଦ୍ୟ ଓ ଉନ୍ନତ ପ୍ରଣାଳୀରେ ମଳତ୍ୟାଗ କରିବା ଆଦି ଉପରେ ସଚେତନ କରାଇଥିଲେ। କାର୍ଯ୍ୟକ୍ରମକୁ ଅଭିଯାନ ସଂଯୋଜକ ସୂର୍ଯ୍ୟନାରାୟଣ ନାଥ ପରିଚାଳନା କରିଥିବା ବେଳେ ଲାଲକୃଷ୍ଣ ଛୋଟରାୟ ମାଝୀ ସହଯୋଗ କରିଥିଲେ।